କନକ ବ୍ୟୁରୋ: ଶିକ୍ଷିତ ଯୁବକଙ୍କ ନିଆରା ଅନ୍ଦାଜ । ପାଠ ପଢା ସହ ସମାଜ ସେବାରେ ରୂଚି, ମିଳୁଛି ପୁରସ୍କାର ଓ ପ୍ରଶଂସା । ପେବୃଆରୀ ମାସରେ ପାନିପଥଠାରେ ଆନ୍ତର୍ଜାତୀୟ ସେମିନାରରେ ଯୋଗ ଦେବାପାଇଁ ମନୋନୀତ ହୋଇ କଲେଜପାଇଁ ଗୌରବ ଆଣିଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗାଁର କିଶୋର ସାହୁଙ୍କ ପୁଅ ସୁନୀଲ ।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ଗାଁର ସୁନୀଲ ସାହୁ । ପିଲାଦିନୁ ସମାଜସେବାରେ ଆଗ୍ରହୀ । ପାଠପଢ଼ାରୁ ଫୁରସତ ମିଳିଲେ, ଲୋକଙ୍କ ଭଲମନ୍ଦ ବୁଝନ୍ତି। ସଡ଼କ ସୁରକ୍ଷା, ବୃକ୍ଷରୋପଣ, ଏଚ୍ଆଇଭି, ଯୌତୁକ ନିରୋଧ, ଡାଇରିଆ, ଡେଙ୍ଗୁ ,ନିଶା ନିବାରଣ, ମ୍ୟାଲେରିଆ ସଂପର୍କରେ ସଚେତନତା ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତି । ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଭଲ୍ୟୁଣ୍ଟିୟର ଭାବରେ ମିଳିଛି ସ୍ୱୀକୃତି । ଜିଲ୍ଲା ରେଡକ୍ରସ, ରାଜୀବ ଗାନ୍ଧୀ ଯୁବ ସମାଜସେବୀ ସମ୍ମାନର ଅଧିକାରୀ ସୁନୀଲ । ଅକ୍ଟୋବରରେ ହରିଆଣା ପାନିପତଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଓଡିଶାରୁ ମନୋନୀତ ହୋଇଛନ୍ତି ।
ବିଇଡି ପଢ଼ୁଥିବା ପୁଅର ଏହି କାମ ପାଇଁ ପ୍ରେରଣା ଦିଅନ୍ତି ବାପା କିଶୋର ସାହୁ । ପାଠପଢ଼ା ସହ ସମାଜସେବାରେ ବ୍ରତୀ ପୁଅକୁ ନେଇ ସେ ଗର୍ବ କରନ୍ତି । ନିମ୍ନ ମଧ୍ୟବିତ ପରିବାରର ପୁଅ ସୁନୀଲ ଅନ୍ୟ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/14/7-2025-09-14-19-05-42.jpg)