କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗାଁର ଜଣେ କ୍ଷୁଦ୍ରଚାଷୀ ହେଉଛନ୍ତି ପ୍ରଭାକର ଖଣ୍ଡା । ଉଚ୍ଚ ଶିକ୍ଷିତ ହୋଇ ବି ଚାକିରି କି ବ୍ୟବସାୟ ପଛରେ ନ ଗୋଡ଼ାଇ ପରିବା ଚାଷ ପ୍ରତି ଆଗ୍ରହ ଦେଖାଇ ୫ ବର୍ଷ ହେଲା ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିଲେ । ୟୁଟ୍ୟୁବରୁ ଷ୍ଟ୍ରବେରି ଚାଷ ବିଷୟରେ ଜାଣିବା ପରେ ଉଦ୍ୟାନ ବିଭାଗର ସହଯୋଗ ଲୋଡ଼ିଥିଲେ । ଏବେ ପ୍ରଥମଥର ପାଇଁ ଷ୍ଟ୍ରବେରି ଚାଷ କରି ଭଲ ଦିପଇସା ଲାଭ ପାଇବା ଆଶା ରଖିଛନ୍ତି । ଏଥିପାଇଁ ମହାରାଷ୍ଟ୍ରରୁ ୫୦୦ ଷ୍ଟ୍ରବେରି ଚାରା ଆଣି ରୋପଣ କରିଛନ୍ତି । ପ୍ରଥମ ଥର ପାଇଁ ଚାଷ କରିଥିବାରୁ ତାଙ୍କ ଅଞ୍ଚଳର ଜଳବାୟୁ ଷ୍ଟ୍ରବେରି ଚାଷ କେତେଦୂର ସହାୟକ ହେବ ସେନେଇ ସେ ଆଶା ଆଶଙ୍କାରେ ଥିଲେ । ପ୍ରଥମ କରି ୧୦ କିଲୋରୁ ଅଧିକ ଅମଳ କରିଥିବା ବେଳେ ଫଳ ଦୋକାନୀଙ୍କୁ ୩ ଶହ ଟଙ୍କା ଦରରେ ବିକ୍ରି କରୁଛନ୍ତି ।
ଏହା ବି ପଢ଼ନ୍ତୁ: ଭାଗ୍ୟ ବଦଳାଇଲା କରୋନା ମହାମାରୀ, ଡ୍ରାଇଭର ବୃତ୍ତି ଛାଡ଼ି ବନିଗଲେ ଛତୁଚାଷୀ
ରବି ଚାଷ ପରେ ପଡ଼ିଆ ପଡୁଥିବା ଜମିରେ ପ୍ରଭାକର ଅତ୍ୟାଧୁନିକ ପ୍ରଣାଳୀରେ ପନିପରିବା ଚାଷ କରୁଛନ୍ତି। ସେ ନିଜ ଜମିରେ ଷ୍ଟ୍ରବେରି ସହିତ କାକୁଡି, କଲରା, ପୋଟଳ, ଜହ୍ନି, ମିଠାମକା, ବିରି, ମୁଗ ଆଦି ଚାଷ କରିଛନ୍ତି । ବର୍ତ୍ତମାନ ସମୟରେ ଗେଣ୍ଡୁଫୁଲର ଚାହିଦା ଥିବାରୁ ଗେଣ୍ଡୁଫୁଲ ଚାଷ କରି ଭଲ ଅମଳ କରୁଛନ୍ତି । ଏଥିରେ ସେ ତାଙ୍କ ଗାଁର ୫ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରି ରୋଜଗାର ଦେଉଛନ୍ତି । ଚାଷ କାମରେ ପ୍ରଭାକରଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/strawberry-2026-02-01-20-58-31.png)