କନକ ବ୍ୟୁରୋ: ଆଜି ବି ଦ୍ବିତୀୟ ଦିନରେ ଚାଲିଛି ଇଡିର ରେଡ୍। ବିଶ୍ବ ଅଫିସ ଓ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ ଚାଲିଛି। ମୋଦୀପଡା, ଧନୁପାଲି ଅଞ୍ଚଳରେ ରେଡ ଜାରି ରହିଛି। ଗତକାଲିଠାରୁ ଇଡି ଅଧିକାରୀ ରେଡ ଜାରି ରଖିଛନ୍ତି। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଘାଣ୍ଟୁଛି ଇଡି। ରାଜନେତା ପ୍ରମିଳା ମଲ୍ଲିକଙ୍କ ଭାଇ ହେଉଛନ୍ତି ବିଶ୍ବ ଏନଜିଓର ପ୍ରତିଷ୍ଠାତା କ୍ଷୀରୋଦ ମଲ୍ଲିକ। ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି ନାଁରେ ନେଇଥିଲେ ୨୩୧ କୋଟି ଟଙ୍କାର ଲୋନ। ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ। ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା।
ଆଜି ବି ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ । ବିଶ୍ବ ଏଜେନ୍ସି ଅଫିସ୍ ଓ କ୍ଷୀରୋଦ ମଲ୍ଲିକଙ୍କ ଘରେ କାଗଜପତ୍ର ଯାଞ୍ଚ
ଆଜି ବି ଦ୍ବିତୀୟ ଦିନରେ ଚାଲିଛି ଇଡିର ରେଡ୍। ବିଶ୍ବ ଅଫିସ ଓ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ ଚାଲିଛି। ମୋଦୀପଡା, ଧନୁପାଲି ଅଞ୍ଚଳରେ ରେଡ ଜାରି ରହିଛି। ଗତକାଲିଠାରୁ ଇଡି ଅଧିକାରୀ ରେଡ ଜାରି ରଖିଛନ୍ତି। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଘାଣ୍ଟୁଛି ଇଡି
/kanak/media/media_files/2024/12/19/MzmPg4FJHDgIlolDSS1I.jpg)