କନକବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ ସମ୍ପତ୍ତିକୁ ଦଖଲ କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଡି । ୧୧ ଏପ୍ରିଲ୍ ୨୦୨୫ରେ, ଇଡି ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌର ସମ୍ପତ୍ତି ରେଜିଷ୍ଟ୍ରାରଙ୍କୁ ନୋଟିସ ପଠାଇଛି ।
ଏହା ବ୍ୟତୀତ, ମୁମ୍ବାଇର ହେରାଲ୍ଡ ହାଉସରେ ଥିବା ଜିନ୍ଦଲ ସାଉଥ୍ ୱେଷ୍ଟ ପ୍ରୋଜେକ୍ଟସ ଲିମିଟେଡକୁ ମଧ୍ୟ ଏକ ନୋଟିସ ପଠାଯାଇଛି, ଇଡି ତଦନ୍ତରୁ ଜଣାପଡିଛି ଯେ ଏହି ମାମଲାରେ ପ୍ରାୟ ୯୮୮ କୋଟି ଟଙ୍କାର କଳାଧନ ଅର୍ଜିତ ହୋଇଥିଲା । ଏହି କାରଣରୁ, ୨୦ ନଭେମ୍ବର, ୨୦୨୩ରେ, ଏଜେଏଲର ସମ୍ପତ୍ତି ଏବଂ ସେୟାରଗୁଡ଼ିକୁ ଆଟାଚ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୭୫୧ କୋଟି ଟଙ୍କା ହେବ ।
ଏହି କାର୍ଯ୍ୟକୁ ବର୍ତ୍ତମାନ ୧୦ ଏପ୍ରିଲ ୨୦୨୪ରେ ଅଧିକୃତ ଅଦାଲତ ଦ୍ୱାରା ଅନୁମୋଦନ କରାଯାଇଛି । ପୂରା ମାମଲା ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀଙ୍କ ଏକ ଅଭିଯୋଗରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ ଏବଂ ସେମାନଙ୍କ ସହଯୋଗୀମାନେ ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଏଜେଏଲର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିଲେ ।
ଯେତେବେଳେ ଏହି ଘଟଣାର ତଦନ୍ତ କରାଯାଇଥିଲା, ସେତେବେଳେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ନକଲି ଦାନ, ମିଥ୍ୟା ଭଡ଼ା ଏବଂ ନକଲି ବିଜ୍ଞାପନ ମାଧ୍ୟମରେ ୮୫ କୋଟି ଟଙ୍କାରୁ ଅଧିକ ଟଙ୍କା ମଧ୍ୟ ହଡ଼ପ କରାଯାଇଛି । ଏବେ ଇଡି ଏହି ସମ୍ପତ୍ତିଗୁଡ଼ିକୁ ଦଖଲ କରିବା ପାଇଁ ନୋଟିସ୍ ଲଗାଇଛି ଏବଂ ସେଗୁଡ଼ିକୁ ଦଖଲ କରିବା ପ୍ରକ୍ରିୟା ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/12/JQxBA4HrElbo4XZAq4lq.jpg)