ଦୁଇଦିନରେ ଖାଇବା ତେଲ ୨୦ ଟଙ୍କା ମହଙ୍ଗା । ଆମଦାନୀ ଶ୍ଳୁକ ବୃଦ୍ଧିକୁ କାରଣ ଦର୍ଶାଇଲେ ବ୍ୟବସାୟୀ

Advertisment

ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଏବେ ୧୬୦ ଟଙ୍କାରେ ବିକ୍ରି ହେଉଛି । ରିଫାଇନ ତେଲ ୧୦୮ରୁ ୧୧୦ ଟଙ୍କା ଥିବାବେଳେ ଏବେ ୧୨୦ରୁ ୧୩୦ ଟଙ୍କା ବିକ୍ରି ହେଉଛି । କେନ୍ଦ୍ର ସରକାର ପାମୋଲିନ, ସୋୟାବିନ ଏବଂ ସୂର୍ୟ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନୀ ଶୁଳ୍କ ବଢ଼ାଇବା ଯୋଗୁଁ ତେଲ ଦର ବଢ଼ିଛି ବୋଲି କୁହାଯାଉଛି। ଏହାର ପ୍ରଭାବରେ ତେଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି ହୋଇପାରେ ବୋଲି ଆକଳନ କରୁଛି ବ୍ୟବସାୟୀ ମହାସଂଘ । 

q'fpre

କନକ ବ୍ୟୁରୋ : ରୋଷେଇ କରିବାରେ ବ୍ୟସ୍ତ ଭୁବନେଶ୍ବର ବିଜେବି ନଗରର ମାନିନି ଦାସ ।  ଗତ କିଛି ଦିନ ଧରି ଆଳୁ ପିଆଜର ଦରକୁ ନେଇ ଚିନ୍ତାରେ ଥିବାବେଳେ ଏବେ ଖାଇବା ତେଲକୁ ନେଇ ଚିନ୍ତିତ ପଡିଛନ୍ତି । ତେବେ ଆଳୁ ପିଆଜ ନଖାଇଲେ ଚଳିଯିବ କିନ୍ତୁ ଖାଇବା ତେଲକୁ ବାଦ୍‌ ଦେଇ ରୋଷେଇ କରିବା ସମ୍ଭବ ନୁହଁ ବୋଲି ସେ କହିଛନ୍ତି । କେବଳ ମାନିନୀ କାହିଁକି ଖାଇବା ତେଲ ଦର ହଠାତ ବଢିବା ଖାଉଟିଙ୍କୁ ପକେଟ ଉପରେ ସିଧାସଳଖ ମାଡ କରିଛି। 

ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଏବେ ୧୬୦ ଟଙ୍କାରେ ବିକ୍ରି ହେଉଛି । ରିଫାଇନ ତେଲ ୧୦୮ରୁ ୧୧୦ ଟଙ୍କା ଥିବାବେଳେ ଏବେ ୧୨୦ରୁ ୧୩୦ ଟଙ୍କା ବିକ୍ରି ହେଉଛି । କେନ୍ଦ୍ର ସରକାର ପାମୋଲିନ, ସୋୟାବିନ ଏବଂ ସୂର୍ୟ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନୀ ଶୁଳ୍କ ବଢ଼ାଇବା ଯୋଗୁଁ ତେଲ ଦର ବଢ଼ିଛି ବୋଲି କୁହାଯାଉଛି। ଏହାର ପ୍ରଭାବରେ ତେଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି ହୋଇପାରେ ବୋଲି ଆକଳନ କରୁଛି ବ୍ୟବସାୟୀ ମହାସଂଘ । 

କେନ୍ଦ୍ର ସରକାର ଅଶୋଧିତ ଖାଇବା ତେଲ ଉପରେ ଆମଦାନୀ ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବୃଦ୍ଧି ପାଇଛି।  ଯାହାର ପ୍ରଭାବ ୨ ଦିନ ଭିତରେ ହିଁ ବଜାରରେ ଦେଖିବାକୁ ମିଳିଛି । କିନ୍ତୁ ଆମଦାନୀ ଶୁଳ୍କ ବଢ଼ୁ ବଢ଼ୁ ଦର କେମିତି ବଢ଼ିଗଲା? ସେ ନେଇ କାହା ପାଖରେ ଉତର ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe