ମହଙ୍ଗା ହେଲା ଖାଇବା ତେଲ,ଚିନ୍ତାରେ ଖାଉଟି

ମହଙ୍ଗା ହେଲା ଖାଇବା ତେଲ। ଲିଟର ପିଛା ୨୦ ଟଙ୍କା ବଢିଛି ଖାଇବା ତେଲ। କେନ୍ଦ୍ର ସରକାର ପାମୋଲିନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି । ଆଉ ଏହି ଆମଦାନୀ ଶୁଳ୍କର ପ୍ରଭାବ ସିଧାସଳଖ ସାଧାରଣ ଖାଉଟିଙ୍କ ଉପରେ ପଡିଛି ।

oil 3


କନକବ୍ୟୁରୋ: ମହଙ୍ଗା ହେଲା ଖାଇବା ତେଲ। ଲିଟର ପିଛା ୨୦ ଟଙ୍କା ବଢିଛି ଖାଇବା ତେଲ। କେନ୍ଦ୍ର ସରକାର ପାମୋଲିନ୍, ସୂର୍ୟ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି। ଆଉ ଏହି ଆମଦାନୀ ଶୁଳ୍କର ପ୍ରଭାବ ସିଧାସଳଖ ସାଧାରଣ ଖାଉଟିଙ୍କ ଉପରେ ପଡିଛି। ଫଳରେ ଖୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି।

ଦିନକ ତଳେ ସୋରିଷ ତେଲ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବିଭିନ୍ନ ପ୍ରକାର ସନ୍‌ ଫ୍ଲାୱାର ତେଲ ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚ ଦାମ୍‌ରେ ବିକ୍ରି ହେଉଛି। ଏହା ଗ୍ରାହକଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ଭଳି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe