ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗ; ପ୍ରତିବାଦକୁ ଓହ୍ଲାଇଲା ରାଜ୍ୟ କଂଗ୍ରେସ

Advertisment

ନ୍ୟାସନାଲ ହାରାଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ବରରେ ବି ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ ।

ନ୍ୟାସନାଲ ହାରାଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ବରରେ ବି ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ ।

vlcsnap-2025-04-16-13h50m17s515

Photograph: (kanaknews)

କନକ ବ୍ୟୁରୋ: ନ୍ୟାସନାଲ ହେରଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ବରରେ ବି ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଇଡି ଅଫିସ ଆଗରେ କଂଗ୍ରେସର ବିଭିନ୍ନ ନେତା ଓ କର୍ମୀ ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । 

କେବଳ ସେତିକି ନୁହେଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛି କଂଗ୍ରେସ। ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ର ହେଉଛି, ଏହି ସ୍ବରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରଲ୍ଡ ମାମଲାକୁ ଅସ୍ତ୍ର କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe