କନକ ବ୍ୟୁରୋ: ନ୍ୟାସନାଲ ହେରଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ବରରେ ବି ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଇଡି ଅଫିସ ଆଗରେ କଂଗ୍ରେସର ବିଭିନ୍ନ ନେତା ଓ କର୍ମୀ ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ ।
କେବଳ ସେତିକି ନୁହେଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛି କଂଗ୍ରେସ। ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ର ହେଉଛି, ଏହି ସ୍ବରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରଲ୍ଡ ମାମଲାକୁ ଅସ୍ତ୍ର କରିଥିବା ଅଭିଯୋଗ କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/16/HzQtpCrXNpZlz5h0kFoi.png)