କନକ ବ୍ୟୁରୋ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୭ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି । 

Advertisment

ମହେଶ ବାବୁଙ୍କୁ ସମନ
- ମନି ଲଣ୍ଡ୍ରିଂ ମାମଲାରେ ମହେଶ ବାବୁଙ୍କୁ ସମନ
- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଛି ସମନ
- ଏପ୍ରିଲ ୨୭ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ
- ରିଅଲ ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲା
- ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ
- ସାଇ ସୂର୍ଯ୍ୟା ଡେଭଲପର୍ସ ଓ ସୁରାନା ଗ୍ରୁପ ଡେଭଲପର୍ସ ସହ ଜଡ଼ିତ ମାମଲା
- ଗ୍ରାହକଙ୍କୁ ଠକିଥିବା ଅଭିଯୋଗ
- ଏହି ୨ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ
- ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବାରୁ ହୋଇଛି ମାମଲା
- ‘ଗ୍ରୀନ ମିଡୋଜ’ ନାମକ ଯୋଜନାକୁ ନେଇ ହେଉଛି ତଦନ୍ତ
- ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ରହିଛି ଅଭିଯୋଗ
- ସାଇ ସୂର୍ଯ୍ୟା ଡେଭଲପର୍ସଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି
- ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଛନ୍ତି ମହେଶ ବାବୁ