କଂଗ୍ରେସ ନେତା ପ୍ରତାପ ସିଂ ଖାଚାରିଆ ବାସଙ୍କ ଘରେ ଇଡି ରେଡ୍‌, ୨ହଜାର ୮୫୦କୋଟି ଚିଟ୍‌ଫଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ ସୂଚନା

Advertisment

୨ହଜାର ୮୫୦କୋଟି ଚିଟ୍‌ଫଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ ସୂଚନା । ନେତାଙ୍କ ଅଭିଯୋଗ, ବିଜେପି ନିର୍ଦ୍ଦେଶରେ ବିନା ନୋଟିସରେ କରାଯାଇଛି ଚଢ଼ାଉ ।

୨ହଜାର ୮୫୦କୋଟି ଚିଟ୍‌ଫଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ ସୂଚନା । ନେତାଙ୍କ ଅଭିଯୋଗ, ବିଜେପି ନିର୍ଦ୍ଦେଶରେ ବିନା ନୋଟିସରେ କରାଯାଇଛି ଚଢ଼ାଉ ।

କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ

କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ Photograph: (KanakNews )

କନକ ନ୍ୟୁଜ୍ : କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟମନ୍ତ୍ରୀ ପ୍ରତାପ ସିଂ ଖାଚାରିଆବାସଙ୍କ ଠିକଣାରେ ଇଡିର ଚଢ଼ାଉ । ୨ହଜାର ୮୫୦କୋଟି ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଂଗ୍ରେସ ନେତା ଓ ତାଙ୍କର କିଛି ସହଯୋଗୀଙ୍କ ନାଁରେ ଚିଟ୍‌ଫଣ୍ଡ ମାମଲା ଅଭିଯୋଗ ରହିଛି ।

ଯାହା ରାଜସ୍ଥାନ ସମେତ ପଞ୍ଜାବ, ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ ସହ ଅନ୍ୟ କିଛି ରାଜ୍ୟକୁ ମାଡିଛି । ପୂର୍ବ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା ଚିଟ୍‌ପଣ୍ଡ ମାମଲାର ପର୍ଦ୍ଦାଫାସ ବିଜେପି ସରକାର ଆସିବା ପରେ ପଦାରେ ପଡିଥିଲା । ତେବେ ପ୍ରତାପ ସିଂ ବିଜେପି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତଦନ୍ତକାରୀ ସଂସ୍ଥାକୁ ହାତ କରି ରାଜନୀତି କରିବା ଉଚିତ ନୁହେଁ ସମୟ ଆସିଲେ ଜବାବ ମିଳିବ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି  ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe