କନକବ୍ୟୁରୋ : ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାଂଲାଦେଶୀ ଅନୁପ୍ରବେଶ ସୂଚନାକୁ ଆଧାର କରି ଏହି ଚଢ଼ାଉ କରିଛି ଇଡି । ଅନ୍ୟପଟେ ପଶ୍ଚିମବଙ୍ଗରେ ମଧ୍ୟ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ଦୁଇଟି ରାଜ୍ୟର ମୋଟ ୧୭ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ସୂଚନା ଅନୁସାରେ ପଂଚତାରକା ହୋଟେଲ ଓ ରିସୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ସୂଚନାରେ ଚଢ଼ାଉ କରାଯାଇଛି ।
ଝାଡଖଣ୍ଡ ବିଧାନସଭାରେ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ବାଂଲାଦେଶୀ ଅନୁପ୍ରବେଶକାରୀ ।ଏପରିକି ରାଲି ଓ ସଭାରେ ବିଜେପି ଏହି ପ୍ରସଙ୍ଗ ଉଠାଇ ସୋରେନ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି । ଏପରିକି ମାମଲା ସୁପ୍ରିମକୋର୍ଟରେ ଚାଲିବା ସହ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ଉଭୟ ବିଜେପି ଓ ଜେଏମଏମ । ଅଭିଯୋଗ ରହିଛି ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରତିଶ୍ରୁତି ଦେଇ କହିଛି ଯଦି ଝାଡଖଣ୍ଡରେ ସରକାର ଗଢ଼ିବ ତେବେ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ନୂଆ ଆଇନ ଆଣିବ ।