ବ୍ୟବସାୟୀଙ୍କ ଘରେ ଇଡି ଚଢ଼ାଉ ; ସେପଟେ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ବ୍ରହ୍ମପୁରର ବ୍ୟବସାୟୀ ମନୋରଞ୍ଜନ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଇଡି ଚଢ଼ାଉ । ବ୍ରହ୍ମପୁରର ଗୋଟିଏ,  ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ । ସେପଟେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ଆକାଉଣ୍ଟାଣ୍ଟ । 

ବ୍ୟବସାଙ୍କ ଘରେ ଇଡି ରେଡ୍

ବ୍ୟବସାଙ୍କ ଘରେ ଇଡି ରେଡ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବ୍ରହ୍ମପୁର ଭାବିନିପୁର ମୁଖ୍ୟ ରାସ୍ତାରେ ଥିବା ଏକ ଚାରି ମହଲା କୋଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ  । ମନୋରଞ୍ଜନ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଛି ଇଡି ଚଢ଼ାଉ । କେଉଁ କାରଣରୁ ହୋଇଛି ଚଢ଼ାଉ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଦୀର୍ଘ ଘଣ୍ଟା ଧରି ମନୋରଞ୍ଜନ ପଣ୍ଡାଙ୍କ ଘରେ ଚଢ଼ାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

ସେପଟେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗର ଆକାଉଣ୍ଟାଣ୍ଟ ନରେଶ ପଟ୍ଟନାୟକଙ୍କ ସହ ଅନ୍ୟ ଜଣେ କର୍ମଚାରୀ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି । ବିଲ୍ ପାସ୍ କରିବା ପାଇଁ ଉଭୟଙ୍କୁ ୧୫ ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ ଦୁଇ  ଅଧିକାରୀ । ପାରଳାଖେମୁଣ୍ଡି ଆକାଉଣ୍ଟାଣ୍ଟ ନରେଶ ପଟ୍ଟନାୟକଙ୍କ ସରକାରୀ ବାସଭବନରେ ଏକ ଟିମ୍  ଚଢ଼ାଉ ଜାରି ରଖିଥିବା ବେଳେ ଛେଳିଗଡ଼ ଠାରେ ଅନ୍ୟ ଏକ ଟିମ୍ ଚଢ଼ାଉ ଜାରି ରଖିଛି ।  ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟର ୭ ଜଣିଆ ଟିମ୍ ବିଭିନ୍ନ ସମ୍ପତ୍ତିର ଆକଳନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe