ମାମଲା ଚାପିବାକୁ ୫ କୋଟିର ଡିଲ୍‌ ; ସିବିଆଇ ହାତରେ ବନ୍ଧାହେଲେ ଇଡି ଅଧିକାରୀ

କଥା ୨ କୋଟିଏରେ ଛିଡ଼ିବା ପରେ ୫୦ ଲକ୍ଷ ଟଙ୍କା ଆଡଭାନ୍ସ ମାଗିଲେ ଅଧିକାରୀ । ଲାଞ୍ଚ ନୁହେଁ ବରଂ, ସିବିଆଇକୁ ଚିଠି ଲେଖି ପୂରା ଘଟଣା ଜଣାଇଥିଲେ ବ୍ୟବସାୟୀ ।

44ୈ

Photograph: (kanakNews)

କନକ ବ୍ୟୁରୋ :  ଯିଏ ଦୁର୍ନୀତି ରୋକିବା କଥା, ତାଙ୍କରି ନାଁରେ ଅଭିଯୋଗ । ରାଜଧାନୀ ଛାତି ଉପରେ ଦେଖିବାକୁ ମିଳିଥିଲା ଦୁଇ ତଦନ୍ତକାରୀ ସଂସ୍ଥାର ଛକାପଞ୍ଝା । ଶେଷରେ ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ । ବ୍ୟବସାୟୀଙ୍କ ନାଁରେ ମାମଲା ହେଲା , ମାମଲା ରଫାଦଫା କରିବାକୁ ଡିଲ୍‌ ହେଲା । ଛୋଟ ମୋଟ ଦାମ୍‌ ନୁହେଁ, ମାମଲା ଚାପିବାକୁ ୫ କୋଟି ମାଗିଥିଲେ ଇଡି ଅଧିକାରୀ । କଥା ୨ କୋଟିଏରେ ଛିଡ଼ିବା ପରେ ୫୦ ଲକ୍ଷ ଟଙ୍କା ଆଡଭାନ୍ସ ମାଗିଲେ ଅଧିକାରୀ । ଲାଞ୍ଚ ନୁହେଁ ବରଂ, ସିବିଆଇକୁ ଚିଠି ଲେଖି ପୂରା ଘଟଣା ଜଣାଇଥିଲେ ବ୍ୟବସାୟୀ । ଯେଉଁ ଆଧାରରେ ତଦନ୍ତ କରି ଦଲାଲ୍‌ ଭଗତୀ ଓ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ମାଡ଼ି ବସିଥିଲା ସିବିଆଇ ଟିମ୍‌ ।

ସେପଟେ ଉଭୟଙ୍କୁ ଗତକାଲି ରାତି ତମାମ୍‌ ଝାଳବୁହା ଜେରା କରିଥିଲା ସିବିଆଇ । ରଘୁଂବଶୀ ଓ ଭଗତୀଙ୍କୁ ମୁହାଁମୁହିଁ ପଚରାଉଚରା ପରେ ଆଜି ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଦଲାଲ୍‌ ସହ ଚିନ୍ତନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଜୁନ୍ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ବି ଅଣାଯାଇପାରେ ।  କେବଳ ଏହି ଜଣେ ବ୍ୟବସାୟୀ ନା ଆଉ କାହାକୁ ବି ବ୍ଲାକ୍‌ ମେଲ୍‌ କରୁଥିଲେ ଇଡି ଅଧିକାରୀ ? ତାର ଚାଲିଛି ଖୋଳତାଡ଼ । ଆଗକୁ ଆଉ କାହା ପାଳି ପଡୁଛି, ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe