କନକବ୍ୟୁରୋ : ଛତିଶଗଡ଼ ଭିଲାଇରେ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରୁ ଇଡି ଅଧିକାରୀମାନେ ବାହାରୁଥିବା ବେଳେ ଏହି ଆକ୍ରମଣ ହୋଇଛି । ମଦ ଦୁର୍ନୀତି ମାମଲାରେ ସୋମବାର ଭୂପେଶ ବଘେଲଙ୍କ ଘରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଭୂପେଶ ବଘେଲଙ୍କୁ ପଚରାଉଚରା ପରେ ଘରୁ ବାହାରିଥିଲେ ଇଡି ଅଧିକାରୀ । ଏହି ସମୟରେ ବାହାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଇଡି ଅଧିକାରୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅଧିକାରୀଙ୍କ ଉପରକୁ ଢେଲା - ପଥର ମାଡ଼ କରାଯାଇଥିଲା। ଆକ୍ରମଣରେ ଇଡି ଅଧିକାରୀମାନେ ଆସିଥିବା କାରର କାଚ ଭାଙ୍ଗିଯାଇଥିଲା। ତେବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ ।