ବଢିଲା ସିଦ୍ଧରମୈୟାଙ୍କ ଅଡୁଆ; ଜମି ଦୁର୍ନୀତି ମାମଲାରେ ଇଡିରେ ମାମଲା ରୁଜୁ

ଜମି ଦୁର୍ନୀତି ମାମଲାରେ ବଢ଼ୁଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ; ମନି ଲଣ୍ଡ୍ରିଂ ନେଇ ସିଦ୍ଧରମୈୟାଙ୍କ ବିରୋଧରେ ଇଡିର ମାମଲା ରୁଜୁ । ପତ୍ନୀ ପାର୍ବତୀଙ୍କ ସହ କିଛି ସର୍ମ୍ପକୀୟ ମଧ୍ୟ ସମସ୍ୟାରେ । ଖୁବଶୀଘ୍ର ଜେରା ପାଇଁ ଡାକିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

1011

କନକ ବ୍ୟୁରୋ: ମୁଦା ଦୁର୍ନୀତି ମାମଲାରେ ବଢ଼ୁଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ମନିଲଣ୍ଡ୍ରିଂ ଅଭିଯୋଗକୁ ନେଇ ସିଦ୍ଧରମୈୟାଙ୍କ ଉପରେ ମାମଲା ରୁଜୁ କଲା ଇଡି । ସିଦ୍ଧରମୈୟାଙ୍କ ସହ ପତ୍ନୀ ପାର୍ବତୀ ଓ କିଛି ସର୍ମ୍ପକୀୟଙ୍କ ନାଁ ମଧ୍ୟ ସମସ୍ୟାରେ ପଡିଛନ୍ତି । 

ପୂର୍ବରୁ ମାମଲାରେ ଲୋକାୟୁକ୍ତ ଏଫଆଇଆର ରୁଜୁ କରିସାରିଥିବାବେଳେ ଏବେ ଇଡି ମାମଲା ରୁଜୁ କଲେ ଅଡୁଆର ପଡିବେ ମୁଖ୍ୟମନ୍ତ୍ରୀ ।  ଲୋକାୟୁକ୍ତ ସିଦ୍ଧରମୈୟା, ତାଙ୍କ ପତ୍ନୀ ଏବଂ ଶଳାଙ୍କ ନାଁରେ ମାମଲା ରୁଜୁ କରିଥିଲା। ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଆବଣ୍ଟନରେ ହେରଫେର ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିକଟରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ରୁଜୁ କରିଥିଲା ମାମଲା। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ମାମଲା ରୁଜୁ କରିଛି। 

MUDA ଜମି ଦୁର୍ନୀତି କଣ?


ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ MUDA ଦୁର୍ନୀତି ମାମଲା
ବଢୁଛି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଡୁଆ
କର୍ଣ୍ଣାଟକର ମହୀସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟିରେ ଜମି କେଳେଙ୍କାରୀ ମାମଲା
ବିଜେପି ଏହି ମୁଦା ଦୁର୍ନୀତିକୁ ନେଇ ସିଦ୍ଧରମୈୟାଙ୍କ ଇସ୍ତାଫା ଦାବିରେ ଅଟଳ
୨୦୨୧ ମସିହାରେ କେସର ଅଂଚଳରେ ୩ ଏକର ଜମି ସିଦ୍ଧରମୈୟାଙ୍କ ପତ୍ନୀ ଅଧିଗ୍ରହଣ କରିଥିଲେ
ଏହା ବଦଳରେ ତାଙ୍କୁ ଦକ୍ଷିଣ ମୈସୁର ଅପକଲ୍ ବିଜୟାନଗର ଅଂଚଳରେ ଅନ୍ୟ ପ୍ଲଟ ଦିଆଯାଇଥିଲା
ବିଜୟାନଗର ପ୍ଲଟ ଗୁଡ଼ିକର ବଜାର ମୂଲ୍ୟ, କେସରରେ ଜମି ମୂଲ୍ୟଠାରୁ ଢେର ଅଧିକ
ପ୍ରାୟ ୪ ରୁ ୫ ହଜାର କୋଟି ଟଙ୍କାର ଜମିର ବେଆଇନ ଆବଣ୍ଟନ ଅଭିଯୋଗ
ଆରଟିଆଇରେ ତଥ୍ୟ ଆସିବା ପରେ ସାମ୍ନାକୁ ଆସିଛି ଜମି ଦୁର୍ନୀତି ଘଟଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe