ଓଡିଶା ଗସ୍ତରେ ଇଡି ନିର୍ଦ୍ଦେଶକ । ଖୋଲିବ କି ପୁରୁଣା ଫାଇଲ ?

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନଙ୍କ ଓଡିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୩ ଦିନିଆ ଗସ୍ତ ସମୟରେ ଭୁବନେଶ୍ବର ଓ କଟକରେ କିଛି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ । କୁହାଯାଉଛି, ଇଡି ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ ଦ୍ବାରା କିଛି ପୁରୁଣା ଫାଇଲ ଖୋଲିପାରେ।

ed director odisha tour

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନଙ୍କ ଓଡିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୩ ଦିନିଆ ଗସ୍ତ ସମୟରେ ଭୁବନେଶ୍ୱର ଓ କଟକରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । କୁହାଯାଉଛି, ଇଡି ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ ଦ୍ୱାରା କିଛି ପୁରୁଣା ଫାଇଲ ଖୋଲିପାରେ। ନୂଆ ମାମଲା ମଧ୍ୟ ରୁଜୁ ହୋଇପାରେ । କିଛି ନୂଆ ଅର୍ଥନୈତିକ ମାମଲାରେ ଇଡି ମୁଣ୍ଡ ଖେଳାଇପାରେ ।  

ରାଜ୍ୟର ଇଡି ଦ୍ୱାରା ଚାଲିଥିବା ଅନେକ ମାମଲା ଦୀର୍ଘଦିନ ହେଲା ଧିମେଇ ଯାଇଛି। ଚର୍ଚ୍ଚା ହେଉଛି, ଭୁବନେଶ୍ବର ବୈଠକରେ ଏଭଳି ମାମଲାର ଫାଇଲ ଖୋଲିବା ନେଇ ବିଚାରବିମର୍ଷ ହୋଇପାରେ । ମାମଲାକୁ ତ୍ୱରାନ୍ୱିତ କରିବାକୁ ରାହୁଲ ଗୁରୁତ୍ୱ ଦେଇପାରନ୍ତି।

ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ କିଛି ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଇଡି କଡା ନଜର ରଖିଛି । ତେଣୁ ଏହି ସମୟରେ ଇଡି ନିର୍ଦ୍ଦେଶକଙ୍କ ଓଡିଶା ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି । ଆଉ ରାଜନେତାଙ୍କ ଭିତରେ ବି ଛନକା ପଶିଛି । ରାଜ୍ୟ ରାଜନୀତି ବି ଜୋର ଧରିଲାଣି । 

ଇଡି ନିର୍ଦ୍ଦେଶକ ଓଡିଆ ଆସୁଥିବାରୁ ଭୁବନେଶ୍ୱର ଆଞ୍ଚଳିକ ଅଫିସରେ ତତ୍ପରତା ବଢିଯାଇଛି । ଦେଖିବାର କଥା, ରାହୁଲ ନବୀନଙ୍କ ଓଡିଶା ଗସ୍ତରୁ କଣ ନିଷ୍କର୍ସ ବାହାରୁଛି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe