୩ ଦିନିଆ ଓଡିଶା ଗସ୍ତରେ ED ନିର୍ଦ୍ଦେଶକ; ଖୋଲିବ କି ପୁରୁଣା ଫାଇଲ.. ଆରମ୍ଭ ହେଲା ଚର୍ଚ୍ଚା

Advertisment

୩ ଦିନିଆ ଓଡିଶା ଗସ୍ତରେ ଇଡି ନିର୍ଦ୍ଦେଶକ । ଖୋଲିବ କି ପୁରୁଣା ଫାଇଲ ଆରମ୍ଭ ହେଲା ଚର୍ଚ୍ଚା । ଭୁବନେଶ୍ବର ଓ କଟକର ଗୁରୁତ୍ବପୂର୍ଣ୍ଣ ବୈଠକରେ ହେବେ ସାମିଲ । ନେତାଙ୍କ ଭିତରେ ଛନକା, ରାଜନୈତିକ ବୟାନବାଜି ଆରମ୍ଭ ।

୩ ଦିନିଆ ଓଡିଶା ଗସ୍ତରେ ଇଡି ନିର୍ଦ୍ଦେଶକ । ଖୋଲିବ କି ପୁରୁଣା ଫାଇଲ ଆରମ୍ଭ ହେଲା ଚର୍ଚ୍ଚା । ଭୁବନେଶ୍ବର ଓ କଟକର ଗୁରୁତ୍ବପୂର୍ଣ୍ଣ ବୈଠକରେ ହେବେ ସାମିଲ । ନେତାଙ୍କ ଭିତରେ ଛନକା, ରାଜନୈତିକ ବୟାନବାଜି ଆରମ୍ଭ ।

Rahul Nabin

କନକ ବ୍ୟୁରୋ : ଆଜି କଟକରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ମଙ୍ଗଳବାର ତିନିଦିନିଆ ଓଡ଼ିଶା ଗସ୍ତରେ ରାହୁଲ ନବୀନଙ୍କ ସହ ସହ ଆସିଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଓ  ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟ ରମଣୀ।

ରାହୁଲ ନବୀନ ଓ ସିବିଡିଟି ଚେୟାରମ୍ୟାନ ରବି ଅଗ୍ରୱାଲ ପୁରୀ ଗସ୍ତ କରିବା ବେଳେ ଆଟର୍ଣ୍ଣି ଜେନେରାଲ ଭୁବନେଶ୍ୱରରେ ରହିବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନଙ୍କ ଓଡିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ଇଡି ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ ଦ୍ୱାରା କିଛି ପୁରୁଣା ଫାଇଲ ଖୋଲିପାରେ। ନୂଆ ମାମଲା ମଧ୍ୟ ରୁଜୁ ହୋଇପାରେ। କିଛି ନୂଆ ଅର୍ଥନୈତିକ ମାମଲାରେ ଇଡି ମୁଣ୍ଡ ଖେଳାଇପାରେ।

ରାଜ୍ୟରେ ନୂଆ ସରକାର ଆସିବା ପରେ କିଛି ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଇଡି କଡା ନଜର ରଖିଛି। ତେଣୁ ଏହି ସମୟରେ ଇଡି ନିର୍ଦ୍ଦେଶକଙ୍କ ଓଡିଶା ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି। ଆଉ ରାଜନେତାଙ୍କ ଭିତରେ ବି ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe