ବେଆଇନ ସମ୍ପତ୍ତି ଠୁଳ ଉପରେ ଲାଗିବ ଲଗାମ । ସାବାଡ ହେବେ ଲାଂଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ।

Advertisment

ବାବୁଙ୍କ ସଂପତି ଉପରେ ନଜର। ବେଆଇନ ଭାବେ ସଂପତି ଠୁଳ କରୁଥିଲେ ଏହା ଉପରେ ଲଗାମ ଲଗାଇବାକୁ ପଦକ୍ଷେପ ନିଆଯିବ।

ବାବୁଙ୍କ ସଂପତି ଉପରେ ନଜର। ବେଆଇନ ଭାବେ ସଂପତି ଠୁଳ କରୁଥିଲେ ଏହା ଉପରେ ଲଗାମ ଲଗାଇବାକୁ ପଦକ୍ଷେପ ନିଆଯିବ।

IT

କନକ ବ୍ୟୁରୋ: ବାବୁଙ୍କ ସଂପତି ଉପରେ ନଜର। ବେଆଇନ ଭାବେ ଠୁଳ କରୁଥିଲେ ଏହା ଉପରେ ଲଗାମ ଲଗାଇବାକୁ ପଦକ୍ଷେପ ନିଆଯିବ। କଳାଧନ ସଂପର୍କିତ ଏସଆଇଟି ବୈଠକରେ ଏନେଇ ଆଲୋଚନା ହୋଇଛି।

କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଆଜି  ବରିଷ୍ଠ ଅଧିକାରୀ  ବେଆଇନ ସମ୍ପତ୍ତି ଯାଂଚ ବେଳେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ  ଉପରେ ଗୁରୁତ୍ବାରୋପ କରିଛନ୍ତି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ନବମ ବୈଠକ ବସିଥିଲା ।  ନିଷ୍ପତ୍ତି ଅନୁସାରେ
- ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଧରିବାବେଳେ ଆୟକର ଠକେଇର ଯାଂଚ ହେବ
- ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଧରିଲା ବେଳେ ଆୟକର ବିଭାଗ ଓ ଇଡି ମଧ୍ୟ ଆବଶ୍ୟକ ମୁତାବକ ଯାଞ୍ଚ କରିବେ 
ଜିଏସଟିରେ ରାଜ୍ୟରେ ବଡ ବଡ ଠକେଇ ନଜରକୁ ଆସିଛି । କିଛି ବେଆଇନ ଅନଲାଇନ ଗ୍ୟାମ୍ବଲିଂ ଜରିଆରେ  ଟଙ୍କା କାରବାର ହେଉଛି ବୋଲି  ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ କହିଛନ୍ତି । 
 
ଆଜିର ବୈଠକରେ ଇଡି ନିର୍ଦ୍ଦେଶେକ, ସିବିଡିଟି  ଚେୟାରମ୍ୟାନ, ଆୟକର ବିଭାଗ, ଭିଜିଲାନ୍ସ ଏବଂ କେନ୍ଦ୍ର ତଥା  ରାଜ୍ୟ ଏଜେନ୍ସିର ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମ୍ୟାନ କହିଛନ୍ତି  କ୍ରିପ୍ଟୋ କରେନ୍ସି ଓ ଡିଜିଟାଲ ଟ୍ରାନଜାକ୍ସନ ଜରିଆରେ ବେଆଇନ ଟଙ୍କା କାରବାର ହେଉଛି । ଏହା ଉପରେ ଆଗକୁ ଅଧିକ ଫୋକସ ରହିବ ।
 
ଦେଶରେ କଳାଧନ ବାହାର କରିବାକୁ  ୨୦୧୪ରେ ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି ଶାହାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଏହି ଏସଆଇଟି ଗଠନ କରିଥିଲେ । କମିଟି ବର୍ତ୍ତମାନ ସୁଦ୍ଧା ୮ଟି ରିପୋର୍ଟ ଦାଖଲ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe