କନକ ବ୍ୟୁରୋ: ରାଷ୍ଟ୍ରପତି ହେବେ ଡୋନଲ୍ଡ ଟ୍ରମ୍ପ । ଏହା ଆମେରିକାବାସୀଙ୍କ ନିଷ୍ପତ୍ତି । କାରଣ ଜନତାଙ୍କ ଭରଷା ଯେ ଟ୍ରମ୍ପ  ନିର୍ବାଚନ ସମୟରେ ଦେଇଥିବା କଥା ରଖିବେ । ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପାଳନ କରିବେ । କାରଣ ପ୍ରତିଶ୍ରୁ୍ତି ପାଳନ କରିବାରେ ଟ୍ରମ୍ପ କେବେ ପଛକୁ ହଟନ୍ତି ନାହିଁ । ଏକଥା ଭଲରେ ଜାଣନ୍ତି ଆମେରିକାବାସୀ । ନିର୍ବାଚନ ପୂର୍ବରୁ ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତି  ଯଦି ରକ୍ଷା କରି ପାଳନ କରନ୍ତି ତେବେ ଏଥିରେ ଭାରତକୁ ଫାଇଦା ଥିବାବେଳେ କିନ୍ତୁ କାନ୍ଦିବ ଚୀନ୍ । ଚୀନ ର ସମସ୍ୟା ଆହୁରି ବୃଦ୍ଧି ପାଇବ । ତେବେ ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏମିତି କଣ କଥା ଦେଇଥିଲେ ଏବଂ ତାହା ଯଦି ପୁରା ହୁଏ ଚୀନ୍ କାନ୍ଦିବ ? ଆଉ ଭାରତକୁ  କେଉଁ ଲାଭ ମିଳିବ ?  

Advertisment

ପ୍ରକୃତରେ  ଡୋନାଲ୍ଡ ଟ୍ରମ୍ପ  ପ୍ରତିଶ୍ରୁ୍ତି ଦେଇଥିଲେ ଯେ ରାଷ୍ଟ୍ରପତି ହେବା ପରେ ଚୀନ୍‌ ର ଆମଦାନୀ ଉପରେ ଭାରି ଶୁଳ୍କ ଲାଗୁ  କରିବେ । ଏପରି ହେଲେ ଆସନ୍ତା ଦୁଇ ବର୍ଷ ମଧ୍ୟରେ  ଆପଲ ର ଆଇଫୋନ୍ ଉତ୍ପାଦନ ଭାରତରେ ୩୦ ବିଲିୟନ ଅର୍ଥାତ ପାଖାପାଖି ୨.୪ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିପାରିବ । ଜାତିୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତରେ ପାଖାପାଖି ୧.୨୫ ଲକ୍ଷ କୋଟିରେ ଆଇଫୋନ ଉତ୍ପାଦନ ହେଉଛି । ନିର୍ବାଚନ କ୍ୟାମ୍ପେନ ସମୟରେ ଟ୍ରମ୍ପ କହିଥିଲେ  ଚୀନ ରୁ ଆମଦାନୀ ହେଉଥିବା ଜିିନିଷ ଉପରେ ୬୦ ରୁ ୧୦୦ ପ୍ରତିଶତ  ପର୍ଯ୍ୟନ୍ତ ଶୁୂଲ୍କ ବସାଇବାର  ଧମକ ଦେଇଥିଲେ । ସୂଚନାମୁତାବକ, ଗତ କିଛି ବର୍ଷ ହେବ  ଚୀନ ସହ ଆମେରିକାର ତିକ୍ତତା ଲାଗି ରହିଛି ।