କନକବ୍ୟୁରୋ: ଆର୍ଥିକ ସଙ୍କଟରେ ପଡୋଶୀ ପାକିସ୍ତାନ। ଆଇଏମଏଫ ଠାରୁ ପାଣ୍ଠି ଆଣିବାକୁ ସରିଫ ସରକାରଙ୍କ କଠୋର ପଦକ୍ଷେପ । ୬ଟି ମନ୍ତ୍ରଣାଳୟ ବନ୍ଦ, ଦେଢଲକ୍ଷ ଚାକିରୀ ଉଚ୍ଛେଦ୍ଦ ।
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡୋଶୀ ଦେଶ ପାକିସ୍ତାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଆର୍ଥିକ ସହାୟତା ପାଇବା ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛି ।
ଏହା ନିଜର ୬ଟି ମନ୍ତ୍ରଣାଳୟକୁ ବନ୍ଦ କରିବା ସହିତ ଦେଢ ଲକ୍ଷ ସରକାରୀ ପଦବୀ ଉଚ୍ଛେଦ୍ଦ କରିଛି । ପ୍ରଶାସନିକ ଖର୍ଚ୍ଚ କମ କରିବା ଲାଗି ପାକିସ୍ତାନ ଏପରି କଠୋର ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।
ଫଳରେ ପାକିସ୍ତାନକୁ ୭୦୦ କୋଟି ଡଲାର ଦେବାକୁ ଆଇଏମଏଫ ରାଜି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦କୋଟି ଡଲାର ଜାରି କରିଛି। ଆଇଏମଏଫ ସହ ଡିଲ୍ ସମ୍ପର୍କରେ ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/ZUakE4fdBifSsYHdt0lS.jpg)