କନକବ୍ୟୁରୋ : ଶାନ୍ତିସ୍ତୁପ ଧଉଳି ବୁଲି ଦେଖିଲେ ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର । ଧଉଳି କେବଳ ଭାରତ ନୁହେଁ ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଉଛି । ଏ ସ୍ଥାନର ଅନୁଭବ ଅବର୍ଣ୍ଣନୀୟ ସମ୍ରାଟ । ଅଶୋକ ଦେଖାଇଥିବା ଶାନ୍ତିର ମାର୍ଗରେ ଦେଶ ଆଗେଇ ଚାଲିଛି । ଆଜି ବି ଭାରତ ଶାନ୍ତି ପଥରେ ଚାଲୁଥିବା କହିଛନ୍ତି ଜ୍ଞାନେଶ କୁମାର । ରବିବାର ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ସ୍ବତ୍ତେ ମୁଖ୍ୟ ନିର୍ବାଚନ କମିସନରଙ୍କ ଗସ୍ତକୁ ନେଇ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଚୋରି କରୁଥିବା ସମୟରେ ଧରାପଡିଲା ନିଶାଖୋର ଯୁବକ : ଗ୍ରାମରେ ଉତ୍ତେଜନା ସୃଷ୍ଟି
ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ଗସ୍ତର ପ୍ରଥମ ଦିନ ସେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଥିଲା । ସଂସ୍କୃତି ଓ ପରମ୍ପରା ପରିଚୟ ଗସ୍ତ
ପରେ ଆଜି କମିସନର ଜ୍ଞାନେଶ କୁମାର ଓଡ଼ିଶାର ପ୍ରସିଦ୍ଧ ଐତିହ୍ୟ ଓ ସଂସ୍କୃତିକ କ୍ଷେତ୍ର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତ
ଏହି ଗସ୍ତ ମାଧ୍ୟମରେ ସେ ଓଡ଼ିଶାର ଐତିହ୍ୟ, କଳା ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ। ୨୯ ତାରିଖରେ ଭୁବନେଶ୍ବରସ୍ଥିତ OUAT ପରିସରରେ ବୁଥସ୍ତରୀୟ ଅଧିକାରୀ (BLO)ମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରକ୍ରିୟାର ମୂଳ ଆଧାର ଭାବେ କାର୍ଯ୍ୟରତ BLOମାନଙ୍କ ସହ ସିଧାସଳଖ ଆଲୋଚନା କରି ନିର୍ବାଚନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।
ଓଡ଼ିଶା ଆଗମନ ଅବସରରେ କମିସନର ଜ୍ଞାନେଶ କୁମାର କହିଛନ୍ତି, “ଜୟ ଜଗନ୍ନାଥ, ସମସ୍ତ ଓଡ଼ିଶାବାସୀଙ୍କୁ ମୋର ନମସ୍କାର।” ପରିବାର ସହ ଜଗନ୍ନାଥଙ୍କ ଦର୍ଶନ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାଣିବା ସହ ନିର୍ବାଚନ ପ୍ରକ୍ରିୟାର ଆଧାର ସ୍ତମ୍ଭ ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଏଠାକୁ ଆସିଛି। “ଜୟ ଭାରତ, ଜୟ ହିନ୍ଦ”।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/28/gyanesh-kumar-2025-12-28-15-15-57.jpg)