ଆଜିର ସମୟରେ ଫୋନ୍ ଚୋରୀ ହେବା ବା ହଜିଯିବା ଏକ ସାଧାରଣ ଘଟଣା । କିନ୍ତୁ ବ୍ୟକ୍ତିଗତ ଏବଂ ପେସାଗତ ତଥ୍ୟ ଥିବା ଫୋନଟି ଚୋରୀ ହୋଇଗଲେ ଯେ କେତେ ଟେନସନ୍ ଏହା ଭୁକ୍ତଭୋଗୀ ହିଁ ଜାଣନ୍ତି । ଏଭଳି ସ୍ଥିତିରେ କେମିତି ଜଲଦି ଫୋନ୍ ଟି ପାଇବା ଏ ପ୍ରୟାସ କରୁ କରୁ ସମୟ ବିତିଯାଏ ସିନା ଫୋନର ଚିହ୍ନବର୍ଣ୍ଣ ମିଳେନାହିଁ । ଏପରି ସମୟରେ ଅଯଥା ବ୍ୟସ୍ତ ହେବା ଅପେକ୍ଷା ୪ ଟି ଉପାୟ ଆପଣାଇ ଆପଣ ଅଭିଯୋଗ କରିପାରିବେ । 

Mobile Tracker Free

ଫୋନ୍ ଚୋରୀ ହୋଇଛି ଜାଣିବାମାତ୍ରେ ୧୪୪୨୨ ହେଲ୍ପଲାଇନ୍ ନମ୍ବରରେ ଡାଏଲ୍ କରି ଅଭିଯୋଗ କରନ୍ତୁ । ଏହାଦ୍ୱାରା ଫୋନ୍ ଶୀଘ୍ର ମିଳିବାର ଅଧିକ ସମ୍ଭାବନା ରହିଛି । ଅଭିଯୋଗ କରିବା ମାତ୍ରେ ଫୋନ୍ ଖୋଜିବାର ପ୍ରୋସେସ୍ ଆରମ୍ଭ ହୋଇଯାଏ । ଦୂରସଞ୍ଚାର ମନ୍ତ୍ରାଳୟ ଦ୍ୱାରା ଏହି ସେବାକୁ ସାରା ଦେଶରେ ଉପଲବ୍ଧ କରାଯାଇଛି । ଟେଲିକମ୍ ଟେକ୍ନୋଲଜି ସେଣ୍ଟର୍ ଦ୍ୱାରା ସେଣ୍ଟ୍ରାଲ୍ ଇକ୍ୟୁପମେଣ୍ଟ୍ ଆଇଡେନଟିଟି ରେଜିଷ୍ଟର୍ ସିଇଆଇଆର୍ ପ୍ରସ୍ତୁତ କରାଯାଇଛି । ଏହି ପୋର୍ଟାଲରେ ପ୍ରତିଟି ୟୁଜରଙ୍କର ମୋବାଇଲ୍ ମଡେଲ୍ ନମ୍ବର , ସିମ୍ ନମ୍ବର ଏବଂ ଆଇଏମଇଆଇ ନମ୍ବର ଥାଏ । ଚୋରୀ ମୋବାଇଲକୁ ଖୋଜିବା ପାଇଁ ସରକାରୀ ଏଜେନ୍ସି ମୋବାଇଲ୍ ମଡେଲ୍ ଏବଂ ଆଇଏମଇଆଇ ନମ୍ବରକୁ ମ୍ୟାଚ୍ କରିଥାଏ । 


ସରକାରଙ୍କ ପକ୍ଷରୁ ମୋବାଇଲ୍ ଟ୍ରେକିଙ୍ଗ୍ ସିଷ୍ଟମର ଆରମ୍ଭ କରାଯାଇଛି । ଏହି ସିଷ୍ଟମରେ ୟୁଜର୍ସଙ୍କୁ ଏକ ଅପ୍ସନ୍ ମିଳିବ । ଯେଉଁଥିରେ ଉକ୍ତ ବ୍ୟକ୍ତି ଚୋରୀ ହୋଇଥିବା ଫୋନକୁ ବ୍ଲକ୍ କରିପାରିବେ । ଫୋନକୁ ଟ୍ରାକ୍ କରିବାଠାରୁ ଆରମ୍ଭ କରି ବ୍ଲକ୍ କରିବା ପର୍ଯ୍ୟନ୍ତ ସବୁ ସୁବିଧା ଏଥିରେ ଉପଲବ୍ଧ । ସିଇଆଇଆର ସିଷ୍ଟମ୍ ର ଉଦ୍ଦେଶ୍ୟ ହେଉଛି ସହଜ ପ୍ରକ୍ରିୟାରେ ମୋବାଇଲ୍ ଫୋନ୍ କୁ ଟ୍ରାକ୍ କରିବା । ଏହି ସିଷ୍ଟମ୍ ଜରିଆରେ ୟୁଜର୍ସ ଚୋରୀ ଫୋନକୁ ବ୍ଲକ୍ କରିପାରିବେ । ଏହାସହ ବ୍ଲକ୍ ଫୋନର ଷ୍ଟେଟସ୍ ମଧ୍ୟ ଚେକ୍ କରିପାରିବେ । ଯଦି ସୌଭାଗ୍ୟବଶତଃ ଫୋନ୍ ମିଳିଯାଉଛି ତାହେଲେ ଏହି ପ୍ଲାଟଫର୍ମ ଜରିଆରେ ଫୋନକୁ ଅନବ୍ଲକ୍ ମଧ୍ୟ କରିପାରିବେ । ସିଇଆଇଆରକୁ ଯିବା ମାତ୍ରେ ଆପଣଙ୍କୁ ବ୍ଲକ୍/ଷ୍ଟୋଲେନ୍ / ଲଷ୍ଟ୍ ମୋବାଇଲ୍ ର ୩ ଟି ଅପ୍ସନ୍ ଦେଖିବାକୁ ମିଳିବ । ଏଥିରେ କ୍ଲିକ୍ କରିବା କ୍ଷଣି ଫୋନ୍ କିଛି ଡିଟେଲ୍ସ ମାଗିବ । ଯେଉଁଥିରେ ମୋବାଇଲ୍ ନମ୍ବର , ଆଇଏମଇଆଇ ୧ , ଡିଭାଇସ୍ ବ୍ରାଣ୍ଡ୍ , ଡିଭାଇସ୍ ମଡେଲ୍ , ମୋବାଇଲ୍ କି ବିଲ୍ , ଫୋନ୍ କେଉଁଠି ହଜିଲା , ହଜିବା ତାରିଖ , ନିକଟସ୍ଥ ପୁଲିସ୍ ଷ୍ଟେସନ୍ , ପୁଲିସ୍ କମ୍ପେ୍ଲନ୍ ନମ୍ବର , ଫୋନ୍ ମାଲିକଙ୍କ ନାଁ , ଠିକଣା , ଇମେଲ୍ ଆଇଡି ଭଳି ଡିଟେଲ୍ସ ଦେବାକୁ ପଡେ । 

CEIR
ତେବେ ମୋବାଇଲ୍ ଭଳି ଗ୍ୟାଜେଟ୍ ହଜିଲେ ମିଳିବାର ସମ୍ଭାବନା ବହୁତ କମ୍ । କିନ୍ତୁ ଫୋନ୍ ଖୋଜିବା ପାଇଁ ଯଦି ସଠିକ୍ ପ୍ରୟାସ କରିବା ତାହେଲେ ଫୋନ୍ ମିଳିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।