କନକ ବ୍ୟୁରୋ: ଖରାଦିନେ ଆପଣଙ୍କ ଚର୍ମରେ ଟ୍ୟାନ୍ ହୋଇଯାଏ  । କାହା କାହା ମୁହଁରେ ଏହା ଅଧିକ ମାତ୍ରାରେ ଦେଖାଯାଏ । ମୁହଁ କଳା ପଡ଼ିଯାଏ । କିନ୍ତୁ ଏହାକୁ ନେଇ ଅବସାଦରେ ରହିବାର କିଛି କାରଣ ନାହିଁ । ଏପରି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହାସହ କିଛି ଘରୋଇ ଉପାୟରେ ମଧ୍ୟ ଏହାର ଉପଚାର କରିପାରନ୍ତି । କିଛି ଘରୋଇ ମାସ୍କ ପ୍ରସ୍ତୁତ କରି ଏହାକୁ ନିୟମିତ ମୁହଁ ଓ ଚର୍ମରେ ବ୍ୟବହାର କଲେ ଟ୍ୟାନ୍ ସମସ୍ୟା ଦୂର ହୋଇଯିବ ।

Advertisment

ହଳଦୀ , ମହୁ, ଲେମ୍ବୁ ଫେସ୍ ପ୍ୟାକ୍: 
ସାମଗ୍ରୀ ; ଏକ ଚାମଚ ହଳଦୀ ଗୁଣ୍ଡ
ଏକ ଚାମଚ ମହୁ
କିଛି ବୁନ୍ଦା ଲେମ୍ବୁ ରସ
ଏହି ୩ଟି ସାମଗ୍ରୀକୁ ମିଶାଇ ପ୍ୟାକ୍ ବନାନ୍ତୁ । ଏହାକୁ ଟ୍ୟାନ୍ ଉପରେ ଲେପ ଦିଅନ୍ତୁ । ଏହାକୁ ୧୫ ମିନିଟ ରଖିବା ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ ।

ଗୋଟିଏ କମଳାର ଚୋପାକୁ ଛଡ଼ାଇ ଏହାକୁ ଶୁଖାଇ ରଖନ୍ତୁ । ଏହାକୁ ଗୁଣ୍ଡ କରିଦିଅନ୍ତୁ । ଗୋଟିଏ ଚାମଚ ଏହି ପାଉଡରରୁ ନେଇ ଏଥିରେ ୧ ଚାମଚ ଦହି ଓ ୧ ଚାମଚ ମହୁ ମିଶାନ୍ତୁ । ଏହାର ମାସ୍କ ପ୍ରସ୍ତୁତ କରି ଏହାକୁ ମହଁରେ ଅନ୍ତତଃ ୨୦ ମିନିଟ ଯାଏଁ ଲଗାଇ ରଖନ୍ତୁ । ପରେ ମୁହଁକୁ ସାଦା ପାଣିରେ ଧୋଇଦିଅନ୍ତୁ । 

 ସବୁଠାରୁ ଉପାଦେୟ ହୋଇପାରେ ଆଳୁ ଓ ଲେମ୍ବୁ ଫେସ୍ ପ୍ୟାକ୍ । ଗୋଟେ ବଡ ସାଇଜ୍ ଆଳୁକୁ ପେସି ତା’ର ରସ ବାହାର କରନ୍ତୁ । ଆଳୁ ରସରୁ ଗୋଟିଏ ଚାମଚ ନେଇ ସେଥିରେ କିଛି ବୁନ୍ଦା ଲେମ୍ବୁ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୦ ମିନିଟରୁ ଅଧିକ ସମୟ ଯାଏଁ  ରଖନ୍ତୁ । ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏସବୁ ମାସ୍କରୁ ଯେକୌଣସି ଗୋଟିଏକୁ ନିୟମିତ ବ୍ୟବହାରରେ ଆଣନ୍ତୁ । କିଛି ଦିନରେ ଫରକ୍ ଦେଖିପାରିବେ ।