କନକ ବ୍ୟୁରୋ: ସ୍ୱାଭାବିକ ଗତିଠାରୁ ଅଧିକ ବେଗରେ ଘୁରୁଛି ପୃଥିବୀ । ଜୁଲାଇ ୯ ତାରିଖ, ଅର୍ଥାତ ଗତକାଲି ଅନ୍ୟ ଦିନ ଅପେକ୍ଷା ୧.୩ରୁ ୧.୫୧ ମିଲି ସେକେଣ୍ଡ ଛୋଟ ହୋଇଛି । ଗତକାଲି ୨୪ ଘଣ୍ଟା ସଂପୂର୍ଣ୍ଣ ହେବା ପୂର୍ବରୁ ଦିନ ଶେଷ ହୋଇଛି । ସେହିପରି ଆଗକୁ ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଦ୍ରୁତ ବେଗର ଘୁରିବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ୨୪ ଘଣ୍ଟା ପୂରଣ ହେବାର କିଛି ମିଲିସେକେଣ୍ଡ ପୂର୍ବରୁ ଦିନଟି ଶେଷ ହୋଇଯିବ । ପୃଥିବୀ ନିଜ ଅକ୍ଷ ପଥରେ ସଂପୂର୍ଣ୍ଣ ଥରେ ଘୁରିବାକୁ ୮୬ ହଜାର ୪୦୦ ସେକେଣ୍ଡ ବା ୨୪ ଘଣ୍ଟା ସମୟ ନେଇଥାଏ, ଯାହାକୁ ଗୋଟିଏ ଦିନ ହିସାବରେ ଗଣନା କରାଯ।ଏ । ହେଲେ ଏବେ ଚନ୍ଦ୍ରର ଅବସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଲଗାତାର ଏଭଳି ଛୋଟ ଦିନ ଆସିଲେ ଆଗାମୀ ଦିନରେ ଘଡ଼ିର ସମୟକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ । ଆଉ ଏହି ପରିବର୍ତ୍ତନ ୨୦୨୯ କରିବାକୁ ପଡ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।