ଭୂମିକମ୍ପର ଝଟକାରେ ଥରିଲା କୋଲକାତା ; ରିକ୍ଟର ସ୍କେଲରେ ତୀବ୍ରତା ୫.୬

ଭୂମିକମ୍ପର ଝଟକାରେ ଥରିଲା କୋଲକାତା । ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।

earthquake

earthquake Photograph: (KANAK NEWS)

କନକ ବ୍ୟୁରୋ: ଭୂମିକମ୍ପର ଝଟକାରେ ଥରିଲା କୋଲକାତା । ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।

ଆହୁରି ପଢ଼ନ୍ତୁ : ୨୨ରେ ଲଘୁଚାପ, ୨୪ରୁ ନେଇପାରେ ଅବପାତର ରୂପ

ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ତଥାପି, କୋଲାକାତର କୌଣସି ସ୍ଥାନରୁ କିଛି କ୍ଷୟକ୍ଷତିର ଖବର ମିଳିନାହିଁ । 

ଖବର ଅପଡେଟ୍ ହେଉଛି....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe