କନକ ବ୍ୟୁରୋ: ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । USGS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା ଏବଂ ଏହାର ଗଭୀରତା ୮ କିଲୋମିଟର ଥିଲା । ତେବେ ଏହି ଭୂମିକମ୍ପ କାରଣରୁ ନଙ୍ଗରହାରରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି ।
ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରାୟ ୨୦ ମିନିଟ୍ ପରେ, ସେହି ସେଠାରେ ଦ୍ୱିତୀୟଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦କିଲୋମିଟର ଥିଲା ।
ଜାଣିରଖିବା ଉଚିତ ଯେ, ଏହା ପୂର୍ବରୁ ୭ ଅକ୍ଟୋବର, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଏବଂ ତା’ ପରେ ପ୍ରବଳ ଝଟକା ଅନୁଭୂତ ହୋଇଥିଲା । ତେବେ ଗତ ଗୋଟିଏ ମାସ ମଧ୍ୟରେ ଏହା ଆଫଗାନିସ୍ତାନରେ ପଞ୍ଚମ ଭୂମିକମ୍ପ । ପୂର୍ବରୁ, ୨୭ ଅଗଷ୍ଟରେ ୫.୪ ତୀବ୍ରତାର, ୧୭ ଅଗଷ୍ଟରେ ୪.୯ ତୀବ୍ରତାର ଏବଂ ୧୩ ଅଗଷ୍ଟରେ ୧୦ କିଲୋମିଟର ଗଭୀରତାରେ ୪.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାସହିତ ୮ ଅଗଷ୍ଟରେ ୧୦ କିଲୋମିଟର ଗଭୀରତାରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/01/afghanistan-earthquake-2025-09-01-09-37-48.jpg)