କନକ ବ୍ୟୁରୋ : ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ସମେତ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଭୂକମ୍ପ ଯୋଗୁଁ ଘର ବାହାରକୁ ଆସିଥିଲେ ଭାରି ।
ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । କୁହାଯାଉଛି ଯେ ଦିଲ୍ଲୀ-ଏନସିଆର ଏବଂ ବିହାର ବ୍ୟତୀତ ମଧ୍ୟପ୍ରଦେଶର ଅନେକ ସହରରେ ଜମି ରହିଛି । ଉତ୍ତର ଭାରତର ଅନେକ ସହରରେ ଭୂମିକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ସୂଚନା ଅନୁସାରେ ନେପାଳ,ଚୀନରେ ମଧ୍ୟ ଭୁମିକମ୍ପର ଝଟକା ଅନୁଭୁତ ହୋଇଛି ।