Photograph: (KANAKNEWS)
କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରହିଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପର କେନ୍ଦ୍ର ଗୋଣ୍ଡାରେ ଥିଲା ଓ ଗଭୀରତା ୧୦ କିଲୋମିଟର ରହିଥିଲା। ଏନ୍ସିଏସ୍ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅନ୍ୟ ଦୁଇଟି ପୋଷ୍ଟରେ ଉତ୍ତରାଖଣ୍ଡର ବାଗେଶ୍ବରରେ ୩.୪ ଏବଂ ଚୀନର ସିନଜିଆଙ୍ଗ କ୍ଷେତ୍ରରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା କୁହାଯାଇଛି । ଲକ୍ଷ୍ନୌ ଶୁକ୍ରବାର ସକାଳ ୭ଟା ୩୨ ମିନିଟରେ ଭୂମିକମ୍ପ ଝଟ୍କାରେ ଥରି ଉଠିଥିଲା ।
ଅଧିକ ପଢନ୍ତୁ... ଭାରତ ସହ ଜଡିତ ୨୦୦ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍
ବଡ଼ ବଡ଼ ଉଚ୍ଚ କୋଠା ଏଥିଯୋଗୁ ଦୋହଲି ଯାଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ମ୍ୟାଁମାରରେ ୫.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିବାର କିଛି ଦିନ ମଧ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଭୂମିକମ୍ପ ଝଟ୍କା ଲକ୍ଷ୍ନୌ ବ୍ୟତୀତ ବାରାବଙ୍କି, ସୁଲତାନପୁରରେ ଅନୁଭୂତ ହୋଇଥିଲା । କାନପୁର, ଉନ୍ନାବ, ପ୍ରୟାଗରାଜ ଓ ଗୋରଖପୁରରେ ଏହାର ପ୍ରଭାବ ଦେଖାଯାଇଥିଲା।
Follow Us