cs
କନକ ବ୍ୟୁରୋ: ହିମାଳୟ ନିକଟରେ ଭୟଙ୍କର ଭୂକମ୍ପ । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କାରେ ଯାଇଛି ଶତାଧିକ ଜୀବନ । ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ଯାହାର ପ୍ରଭାବ ଭାରତର ୩ ରାଜ୍ୟରେ ପଡିଥିଲା ।
ହିମାଳୟକୁ ଥରାଇଦେଲା ଭୂମିକମ୍ପ
ତିବ୍ଦତରେ ରଚିଲା ମୃତ୍ୟୁର ତାଣ୍ଡବ
ହିମାଳୟ ନିକଟ ନେପାଳ, ତିବ୍ଦତ, ଆସାମ ଓ ବିହାରରେ ଭୟଙ୍କର ଭୂମିକମ୍ପର ତାଣ୍ଡବ । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନହାନୀ ଘଟିଛି ।
ତିବ୍ଦତରେ ଭୂମିକମ୍ପର ତାଣ୍ଡବ
ସକାଳ ୬ଟା ୪୦ ମିନିଟ୍
ଲଗାତର ୬ଟି ଭୂମିକମ୍ପରେ ଥରି ଉଠିଥିଲା ତିବ୍ଦତ
ଭୟଙ୍କର ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ
ରକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ ହୋଇଛି
ତିବ୍ଦତର ଡିଙ୍ଗରି କାଉଣ୍ଟି ସର୍ବାଧିକ ପ୍ରଭାବିତ ହୋଇଛି
ମୃତ୍ୟୁସଂଖ୍ୟା ବର୍ତ୍ତମାନ ୧୦୦ ପାର୍ କରିଛି
ଭୂମିକମ୍ପରେ ଶାତଧିକ ଆହାତ ହୋଇଛନ୍ତି
ଭାରତରେ ଭୂମିକମ୍ପର ପ୍ରଭାବ
ତିବ୍ଦତରେ ତାଣ୍ଡବ, ଦୋହଲିଗଲା ବିହାର ଓ ଆସାମ
ଏହି ଭୂମିକମ୍ପର ପ୍ରଭାବ ନେପାଳ, ଭୁଟାନ ସମେତ ଭାରତର ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା । ବିହାରର ମୋତିହାରି ଓ ସମସ୍ତିପୁର ସମେତ ବିଭିନ୍ନ ଅଞ୍ଚଳରେ ସକାଳ ୬ଟା ୪୦ ବେଳକୁ ଲୋକ ଝଟକା ଅନୁଭୂତ କରିଥିଲେ। ସେହିପରି ଏହି ଭୂମିକମ୍ପ ଯୋଗୁ ନେପାଳରେ ଅତି କମ୍ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରବଳ କମ୍ପନ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।
Follow Us