କନକ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି । ଯେକୌଣସି ସୀମାରେ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଏହାରି ଭିତରେ ପାକିସ୍ତାନରୁ ବଡ଼ ଖବର ଆସିଛି । ବୁଧବାର ରାତିରେ ଅଚାନକ ଦୋହଲିଯାଇଛି ପାକିସ୍ତାନ । ଗତକାଲି ରାତି ୯ଟା ୫୮ ମିନିଟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ .୪ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ପାକିସ୍ତାନ ଅଞ୍ଚଳ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ପ୍ରାଣ ବିକଳରେ ଘର ଛାଡ଼ି ବାହାରକୁ ଦୌଡ଼ି ଆସିଥିବା ଦେଖିବାକୁ ମିଳିଛି । ବିଶେଷ କରି ପୁରୁଣା ଘର ଥିବା ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଶେହବାଜ ସରକାର । ତେବେ ଭୂକମ୍ପ ଝଟକାରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ପାକିସ୍ତାନରେ ୫ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିଲା ।
ଭୂମିକମ୍ପରେ ଦୋହଲିଲା ପାକିସ୍ତାନ ; ରିକ୍ଟର ସ୍କେଲରେ ତୀବ୍ରତା ୪.୪
ଭାରତ ସହ ଉତ୍ତେଜନା ଭିତରେ ଦୋହଲିଗଲା ପାକିସ୍ତାନ । ବୁଧବାର ରାତି ୯ଟା ୫୮ ମିନିଟରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ । ଭୟରେ ଘରୁ ବାହାରି ଏଣେତେଣେ ଦୌଡ଼ିଲେ ଲୋକ । ମୃତାହତ, କ୍ଷୟ କ୍ଷତି ନେଇ ମିଳିନି ସୂଚନା ।
/kanak/media/media_files/2025/05/01/aEhtIYelQxH4G2RqjtvC.jpg)