ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ, ଭୟଭୀତ ହୋଇ ଘରୁ ବାହାରକୁ ପଳାଇଲେ ଲୋକେ

ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଅଧିକାଂଶ ତହସିଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ।

earthquake (1)

Photograph: (kanaknews)

କନକ ବ୍ୟୁରୋ: ଶନିବାର ରାତି ୯.୦୩ ସମୟରେ ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ପାଲାନପୁରରୁ ୩୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଅଧିକାଂଶ ତହସିଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ତଥାପି, ଉଭୟ ରାଜ୍ୟର କୌଣସି ଅଞ୍ଚଳରୁ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe