ଭୂମିକମ୍ପରେ ଥରିଲା ପାକିସ୍ତାନ ; କ୍ବେଟାରେ କେନ୍ଦ୍ରସ୍ଥଳ

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ମଧ୍ୟରେ ଥରି ଉଠିଛି ପାକିସ୍ତାନ ମାଟି ଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା ।

ପାକିସ୍ତାନ ଭୂମିକମ୍ପ

ପାକିସ୍ତାନ ଭୂମିକମ୍ପ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ମଧ୍ୟରେ ଥରି ଉଠିଛି ପାକିସ୍ତାନ ମାଟି ଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିବା ଜଣାପଡିଛି । 

ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପର ଝଟକା ପାକିସ୍ତାନକୁ ଦୋହଲାଇଦେଇଥିଲା । ଏହି ଭୂମିକମ୍ପରେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ହୋଇଥିବା ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe