କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ମଧ୍ୟରେ ଥରି ଉଠିଛି ପାକିସ୍ତାନ ମାଟି ଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିବା ଜଣାପଡିଛି ।
ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପର ଝଟକା ପାକିସ୍ତାନକୁ ଦୋହଲାଇଦେଇଥିଲା । ଏହି ଭୂମିକମ୍ପରେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ହୋଇଥିବା ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/10/cNtlAgRWsgKg92S1KNAI.jpg)