'କାଲି ପାଇଁ ଆଜି'ର ଅନୁଚିନ୍ତା । ପୁନଶ୍ଚ ପୃଥିବୀ ମହାସମ୍ମିଳନୀ ।

Advertisment

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ।  ସମ୍ବାଦ ଓ କନକ ନ୍ୟୁଜର ୩ ଦିନିଆ ସମ୍ମିଳନୀ। ଆଜିଠୁ ୪ ତାରିଖ ଯାଏ ହେବାକୁ ଥିବା ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶେଷଜ୍ଞ ଓ ଗବେଷକ ।

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ।  ସମ୍ବାଦ ଓ କନକ ନ୍ୟୁଜର ୩ ଦିନିଆ ସମ୍ମିଳନୀ। ଆଜିଠୁ ୪ ତାରିଖ ଯାଏ ହେବାକୁ ଥିବା ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶେଷଜ୍ଞ ଓ ଗବେଷକ ।

21dd

କନକ ବ୍ୟୁରୋ: ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ସମ୍ବାଦ ଗ୍ରୁପ ଯେଉଁ ଅଭିଯାନ ଆରମ୍ଭ କରିଥିଲା ସେଥିରେ ସାରାଓଡିଶାକୁ ଯୋଡିବାରେ ସଫଳ ହୋଇଛି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଏବେ ନେତୃତ୍ବ ନେବ ଓଡିଶା। ଏଥିପାଇଁ ସମ୍ବାଦ ଓ କନକ ନ୍ୟୁଜର ୩ ଦିନିଆ ସମ୍ମିଳନୀ। ଆଜିଠୁ ୪ ତାରିଖ ଯାଏ ହେବାକୁ ଥିବା ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶେଷଜ୍ଞ ଓ ଗବେଷକ । ପୁନଶ୍ଚ ପୃଥିବୀର ଉଦ୍‌ଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ। ଜଳବାୟୁ ପରିବର୍ତ୍ତନ ପଛରେ ୩ଟି କାରଣ ଥିବା ସେ କହିଛନ୍ତି । ଉନ୍ନତିକରଣ, ନୂଆ କୌଶଳ ଓ ଜୈବ ବିବିଧତାର କ୍ଷତି । ମହାସମ୍ମିଳନୀକୁ ଉଦ୍‌ଘାଟନ କରି ବାଚସ୍ପତି ସୁରମା ପାଢୀ, ପରିବେଶ ସୁରକ୍ଷା ଦିଗରେ ଦୁଢ଼ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି । 

ଗ୍ଲୋବାଲ ୱାର୍ମିଂ ଯୋଗୁଁ ପରିବେଶ ପ୍ରଭାବିତ ହେଉଛି। ଅକସ୍ମାତ ବର୍ଷା, ମରୁଡ଼ି ଆଦି ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଏଦିଗରେ ସଚେତନତା ସୃଷ୍ଟି କରୁଥିବା ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଏକ ସ୍ବାଗତ ଯୋଗ୍ୟ ଅଭିଯାନ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ। ବର୍ଷକୁ ୬୦ ଦିନ ପରିବେଶ ସୁରକ୍ଷା ଦିଗରେ ଗ୍ରାଉଣ୍ଡରେ କାମ କରିବ ସମ୍ବାଦ ଗ୍ରୁପ। ଆଉ ବାକି ୩୦୦ ଦିନ ପରିବେଶ ଜନିତ ସମସ୍ୟାର ସମାଧାନ କରିବା ପାଇଁ ବାଟ ଖୋଜିବାକୁ ସେତୁ ପାଲଟିବ ବୋଲି କହିଛନ୍ତି ସମ୍ୱାଦର ସମ୍ପାଦକ । ସେହପରି ନୂଆକଥା କରିବାରେ ସମ୍ୱାଦ ଗ୍ରୁପ ସବୁବେଳେ ପ୍ରୟାସ କରିଆସିଥିବା କହିଛନ୍ତି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। 
 
ପୁନଶ୍ଚ ପୃଥିବୀ ମହାସମ୍ମିଳନୀରେ ଯୋଗଦେଇଛନ୍ତି ସୋଲାର ଗାନ୍ଧୀ ଭାବେ ପରିଚିତ ଏନର୍ଜି ସ୍ବରାଜର ପ୍ରତିଷ୍ଠାତା ଚେତନ ସୋଲାଙ୍କୀ। ପରିବେଶ ସମସ୍ୟା ପାଇଁ ମଣିଷ ଦାୟୀ ତେଣୁ ଏହାର ସମାଧାନ ପାଇଁ ପ୍ରତ୍ୟେକ ମଣିଷ ହିଁ କାମ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। 


ପରବର୍ତ୍ତୀ ଅଧିବେଶନରେ ଏକାଧିକ ବିଶେଷଜ୍ଞ ଓ ଗବେଷକ ଯୋଗଦେଇ ନିଜର ମତାମତ ରଖିଛନ୍ତି । ଆଗାମୀ ୪ ତାରିଖ ଯାଏଁ ଏହି ମହାସମ୍ମିଳନୀ ଚାଲିବ। ଉଦଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ରଖଘୁବର ଦାସ। ସବୁଢାରୁ ବଡ଼କଥା ହେଉଛି ଆଗାମୀ ୧୨ ବର୍ଷ ପର୍ୟ୍ୟନ୍ତ ପରିବେଶ ସୁରକ୍ଷା ଦିଗରେ ନିଜ ଅଭିଯାନ ଜାରି ରଖିବାକୁ ପ୍ରତିଜ୍ଞା ନେଇଛି ସମ୍ବାଦ ଗ୍ରୁପ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe