କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି ।  ଆଜି ଏହାର ତୃତୀୟ ଦିନ । ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ‘ସନ୍ତୁଳନର ଆହ୍ୱାନ: ଜଳବାୟୁ, ବିକାଶ ଏବଂ ସହରୀକରଣ’ଶୀର୍ଷକ ଆାଲୋଚନାରେ ନିର୍ମା ବିଶ୍ୱବିଦ୍ୟାଳୟର ସ୍ଥାପତ୍ୟ ଏବଂ ଯୋଜନା ପ୍ରତିଷ୍ଠାନର ପ୍ରଫେସର ଉତ୍ପଳ ଶର୍ମା କାର୍ଯ୍ୟକ୍ରମରେ ନିର୍ମା ବିଶ୍ୱବିଦ୍ୟାଳୟର  ପ୍ରଫେସର ଉତ୍ପଳ ଶର୍ମା ଯୋଗଦେଇଛନ୍ତି । ସେ କହିଛନ୍ତି , ପରିବେଶ ସୁରକ୍ଷା ନିମନ୍ତେ ପ୍ରଥମେ ବୃଦ୍ଧି ପାଉଥିବା ଜନବସତି ପାଇଁ ମଡେଲ୍‌ ଆବଶ୍ୟକ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଭିତ୍ତିଭୂମି ଯୋଗାଇବା ସମ୍ଭବ ହୋଇପାରିନି । ଆମକୁ ସହର ସୀମା ବିସ୍ତାର କରିବାକୁ ପଡ଼ିବ । ବସ୍ତି ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନବସତି ପାଇଁ ମୁଖ୍ୟ ସହର ଉପରେ ଚାପ ହ୍ରାସ କରିବାକୁ ପଡ଼ିବ । 

Advertisment

ସେ ଆହୁରି ମଧ୍ୟ କହିଛନ୍ତି , ଏକ ଏକର ଅଞ୍ଚଳରେ ନିର୍ଦ୍ଧାରିତ ଅପେକ୍ଷା ଅଧିକ ଲୋକ ରହୁଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ଆମ ପାଖରେ ସମ୍ବଳର ଅଭାବ , ତେଣୁ ପ୍ରଥମେ ବୃଦ୍ଧି ପାଉଥିବା ଜନବସତି ପାଇଁ ମଡେଲ୍‌ର ଆବଶ୍ୟକ ରହିଛି । ଆମେ ଭାରତରେ କରୁଥିବା ସହରାଞ୍ଚଳ ଯୋଜନାରେ ତ୍ରୁଟି ରହିଛି । ସହରର ସମ୍ପ୍ରସାରଣ ସହିତ ସହରର କେନ୍ଦ୍ରରେ ଚାପ ବୃଦ୍ଧି ହେଉଛି । ଚାପ ହ୍ରାସ ପାଇଁ ପଦାକ୍ଷେପ ଗ୍ରହଣ କରାଯାଉ ନାହିଁ , କେନ୍ଦ୍ର ସରକାର ଏନେଇ ନିଷ୍କ୍ରିୟ ରହିଛନ୍ତି।

ଦେଶର ଜିଡିପି‌ରେ ସହରାଞ୍ଚଳର ଯୋଗଦାନ ୭୫% ରହିଛି । ଏପରିସ୍ଥଳେ ସହରାଞ୍ଚଳକୁ ଅଣଦେଖା କରାଯିବା ଠିକ୍ ନୁହେଁ , ଲୋକେ ଖରାପ ଭିତ୍ତିଭୂମିରେ ବାସ କରୁଛନ୍ତି । ବମ୍ବେର ଧରାଭିରେ ଆମେ ବଡ଼ ବସ୍ତି ତିଆରି କରିଛେ , ଭାରତରେ ବଡ଼ ବଡ଼ ସହର ପରିବେଶ ଉପଯୋଗୀ ନୁହେଁ । ସରକାର ବେଆଇନ ନିର୍ମାଣ ପାଇଁ ବାରଣ କରିଥିଲେ ମଧ୍ୟ ଏହା କେବଳ କାଗଜ ପତ୍ରରେ ସୀମିତ ରହିଛି । ବର୍ଷାରେ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି । ଏହା ଯୋଜନାବଦ୍ଧ ଭାବେ ସହର ନିର୍ମାଣ କରାଯାଇ ନଥିବାକୁ ସ୍ପଷ୍ଟ କରୁଛି ।
ସହରାଞ୍ଚଳରେ ଜମି ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସହରରେ ରାସ୍ତା, ପାଦଚଲା ରାସ୍ତା ତଥା ସବୁଜିମା ଆଦି ପାଇଁ ଜମି ରହିବା ଜରୁରୀ । ଭାରତର ସବୁ ସହରରେ ଏଭଳି ସମସ୍ୟା ବହୁଳ ଭାବେ ରହିଛି । 

ସହରରେ ସବୁଜିମା ରହିବା ଅତ୍ୟନ୍ତ ଜରୁରୀ , ଦେଶର ବହୁ ସହରରେ ଏନେଇ କୌଣସି ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସହରାଞ୍ଚଳ କୃଷି ଜମି ପାଇଁ ଉପଯୁକ୍ତ ଯୋଜନାର ଅଭାବ ରହିଛି । ହାଇଟେକ୍ ସିଟି ହାଇଦ୍ରାବାଦରେ ଉପଯୁକ୍ତ ନିର୍ମାଣ ଯୋଜନାକୁ ଅଣଦେଖା କରାଯାଇଛି । କେବଳ ସହର ନିର୍ମାଣକୁ ଗୁରୁତ୍ବ ପ୍ରଦାନ କରାଯାଉଛି ମାତ୍ର ଅନ୍ୟାନ୍ୟ ଉପଯୋଗୀ ବ୍ୟବସ୍ଥାକୂ ଗ୍ରହଣ କରାଯାଉ ନାହିଁ ।

ଆମକୁ ନୂଆ ସହରାଞ୍ଚଳ ନିର୍ମାଣ ଯୋଜନାକୁ ଗ୍ରହଣ କରିବା ଆବଶ୍ୟକ । ଜନସଂଖ୍ୟା ବୃଦ୍ଧି ସହିତ ତାପମାତ୍ରା ହ୍ରାସ ଯୋଜନାକୁ ନିର୍ମାଣରେ ସାମିଲ କରାଯିବା ଜରୁରୀ । ସେହିପରି ସହରାଞ୍ଚଳରେ ବର୍ଜ୍ୟ ଜଳପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସହରାଞ୍ଚଳ ନିର୍ମାଣରେ ପରିବେଶକୁ ଅଣଦେଖା କରାଯିବ ଉଚିତ୍ ନୁହେଁ। ଏହାର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି ।