କମ ଟଙ୍କାରେ ମିଳୁଛି, ନିଶା ବି ଧରୁଛି : କପସିରଫ ମାୟାରେ ବାୟା ଯୁବପୀଢି

କାଶ ଭଲ କରୁଥିବା ଏହି କଫ୍ ସିରପ୍ ଏବେ ପୋଲିସର ଚିନ୍ତା ବଢାଇଛି ।  କଫ୍ ସିରପରେ ଥିବା କୋର୍ଡିନ ଫସଫେଟ ଯୋଗୁ ଏହାକୁ ପିଇଲେ ନିଶା ହେଉଛି ।  ତେଣୁ ଏହି କଫ୍ ସିରଫ୍ ବା କୋରେକ୍ସ ପିଉଛନ୍ତି ଯୁବପିଢ଼ି ।

7PM7

Photograph: (KANAKNEWS)

କନକବ୍ୟୁରୋ :  କାଶ ଭଲ କରୁଥିବା ଏହି କଫ୍ ସିରପ୍ ଏବେ ପୋଲିସର ଚିନ୍ତା ବଢାଇଛି ।  କଫ୍ ସିରପରେ ଥିବା କୋର୍ଡିନ ଫସଫେଟ ଯୋଗୁ ଏହାକୁ ପିଇଲେ ନିଶା ହେଉଛି ।  ତେଣୁ ଏହି କଫ୍ ସିରଫ୍ ବା କୋରେକ୍ସ ପିଉଛନ୍ତି ଯୁବପିଢ଼ି । ୩୫୦ ଟଙ୍କା ଦେଲେ ଗୋଟିଏ ବୋତଲ କଫ୍ ସିରପ୍ ।  ବିନା ପ୍ରେସ୍କ୍ରିପସନରେ ଏହାର ବିକ୍ରି ବନ୍ଦ ଥିଲେ ମଧ୍ୟ ଅଧିକ ଲାଭ ପାଇଁ ଔଷଧ ଦୋକାନୀ ଏହାକୁ ବିକ୍ରି କରୁଛନ୍ତି ।   ଗତ ସୋମବାର ବରେଇପାଲି ଅଞ୍ଚଳରେ ରେଡ୍ କରି ପ୍ରାୟ ୧୮ ଲକ୍ଷ ଟଙ୍କାର ୫୧୦୦ ବୋତଲ କଫ୍ ସିରପ୍ ଜବତ କରିଛି  ସମ୍ବଲପୁର ପୁଲିସ୍   ।  କାରବାରରେ ସମ୍ପୃକ୍ତ ୨୦ ଜଣଙ୍କୁ ବାନ୍ଧିଛି  ପୁଲିସ୍ । କୋରେକ୍ସ ବେପାର୍ କରି ମାଲେମାଲ୍ ହେଉଥିବା ବେପାରୀଙ୍କ ଅଣ୍ଟା ଭାଙ୍ଗିବାକୁ ପୋଲିସ ରଣନୀତି ପ୍ରସ୍ତୁତ କରୁଥିବା କହିଛନ୍ତି ଏସପି। 

କଟକରୁ ସମ୍ବଲପୁର ଆସୁଛି କୋରେକ୍ସ। ହେଲେ କଟକ ଏହାର ହବ୍ ନା ରାଜ୍ୟ ବାହାରୁ କଟକକୁ ଆସୁଛି ପୋଲିସ ଏହାର ତଦନ୍ତ କରୁଛି।  ଅନ୍ୟପଟେ କୋରେକ୍ସ ଯେଉଁଭଳି ଭାବେ ଯୁବପିଢ଼ିଙ୍କ ଡେଥ୍ ଟନିକ୍ ପାଲଟିଛି ତାକୁ ନେଇ ଚିନ୍ତା ବଢ଼ିଛି।  ଭାରତର ୨.୩ କୋଟି ଯୁବକ କଫ୍ ସିରପ୍ ନିଶା କରୁଛନ୍ତି।    ୭୭ ଲକ୍ଷ କଫ୍ ସିରପ୍ ନିଶାରେ ଅପରାଧ କରୁଛନ୍ତି।  ୨୮ ଲକ୍ଷ ଯୁବକ ପ୍ରତିଦିନ କଫ୍ ସିରପ୍ ନହେଲେ ରହିପାରୁନାହାଁନ୍ତି  , ବଡ଼ କଥା ହେଉଛି କଫ୍ ସିରପ୍ ପିଇବା ଦ୍ବାରା ଇମ୍ୟୁନ ସିଷ୍ଟମ ଦୁର୍ବଳ ହେଉଛି । ଏହାସହ ହାର୍ଟଆଟାକ୍ ଓ ମାନିସିକ ରୋଗର ବେଶ ଆଶଙ୍କା ରହୁଛି।  ଗତ କିଛି ବର୍ଷରେ କୋରେକ୍ସ ନିଶା ପାଇଁ ସମ୍ବଲପୁରରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଥିବା କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଚିତ୍ତରଞ୍ଜନ ମହାପାତ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe