କନକ ବ୍ୟୁରୋ : ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସକାଳୁ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ଏଥିରେ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି ଏବଂ ବାତ୍ୟା ଆଶୟସ୍ଥଳରେ ଥିବା ଲୋମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି । ସେପଟେ ସ୍ଥିତି ଅନୁଯାୟୀ  ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଈଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।  

Advertisment

ଗତ କାଲି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ଉପକୂଳରେ ରଚିଲା ତାଣ୍ଡବ ଲିଳା , କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ । ମଧ୍ୟରାତ୍ରୀ ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ।  ପ୍ରବଳ ବର୍ଷା ପବନ ଲାଗିରହିଥିଲା । ୫ରୁ ୬ଘଣ୍ଟା ଧରି ବାତ୍ୟାର ଲ୍ୟାଣ୍ଡଫଲ ପକ୍ରିୟା ସମୟରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।