କନକ ବ୍ୟୁରୋ: ଜାତୀୟ ଉଠାଦୋକନୀ ଦିବସରେ ଉଠାଦୋକାନୀଙ୍କ । ଉଚ୍ଛେଦ ପରେ ଥଇଥାନ ଦାବିରେ ରାଜଧାନୀର ରାଜମହଲରେ ଶହଶହ ଉଠାଦୋକାନୀ ଆଜି ଶୋଭାଯାତ୍ରା କରିଛନ୍ତି। ଥଇଥାନ ନକରି ଉଚ୍ଛେଦକୁ ବିରୋଧ କରାଯାଇଛି। ପୂର୍ବରୁ ମଧ୍ୟ ହଜାର ହଜାର ଉଠାଦୋକାନୀ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଉତ୍ତର ଜୋନ ଅଫିସ ଘେରାଉ କରିଥିଲେ । ଏହା ପରେ ସେମାନଙ୍କ ସହ ଆଲୋଚନା କରି ମେୟର ପ୍ରତିଶ୍ରୁତି ଦେଇଥିଲେ ଯେ, ଦାବି ଖୁବଶୀଘ୍ର ପୂରଣ ହେବ । କିନ୍ତୁ ଉଠାଦୋକାନ ଉଚ୍ଛେଦ ବନ୍ଦ ହେଲାନାହିଁ ।
ଏହାର ପ୍ରତିବାଦ କରି ଆଜି ଜାତୀୟ ଉଠାଦୋକାନୀ ଦିବସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଠାଦୋକାନୀ । ଉଠାଦୋକାନୀଙ୍କ ଆନ୍ଦୋଳନରେ ବିଜେଡି ସାମିଲ ହୋଇଥିଲା । ଏନେଇ ଭୁବନେଶ୍ୱର ମେୟର କହିଛନ୍ତି, ଭେଣ୍ଡିଂ ଜୋନରେ ଦୋକାନ ଦେଲେ ବି ଉଠାଦୋକାନୀ ତାକୁ ଭଡ଼ା ଲଗାଇ ପୁଣି ରାସ୍ତାକଡ଼ରେ ବସୁଥିବାରୁ ସମସ୍ୟା ହେଉଛି । ସେପଟେ କଟକ ମେୟର ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପଦେଷ୍ଟା ସୁବାସ ସିଂ କହିଛନ୍ତି, ଉଠାଦେକାନୀ କଲ୍ୟାଣ ବୋର୍ଡ ଗଠନ କରି ସମସ୍ୟାର ସମାଧାନ କରାଯାଉ । ଉଚ୍ଛେଦ ବନ୍ଦ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଛି ବିଏମସି । ଏବେ ଉଠାଦୋକାନୀଙ୍କୁ କିଭଳି ନ୍ୟାୟ ଦେଉଛି ତା ଉପରେ ନଜର ।