କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ତାତି ଭିତରେ ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଛି । ଗତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମୟରେ ଭୋଟର ତାଲିକାରେ ବଡ ଧରଣରର ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ନିର୍ବାଚନ କମିଶନର ଓ ମହାୟୁତିକୁ ଏହି ପ୍ରଶ୍ନ କରିଛନ୍ତି ମହାବିକାଶ ଅଘାଡିର ତିନି ପ୍ରମୁଖ ଦଳ କଂଗ୍ରେସ, ଶିବସେନା ଉଦ୍ଧବ ଗୋଷ୍ଠୀ ଓ ଶରଦ ପାୱାର ଏନସିପି । ୨୦୧୯ ଓ ୨୦୨୪ ନିର୍ବାଚନର ଭୋଟର ତାଲିକା ସାର୍ବଜନୀନ କରି ପ୍ରଶ୍ନ ପରେ ପ୍ରଶ୍ନ କରିଛି ମହାବିକାଶ ଅଘାଡି ।
ନିର୍ବାଚନ କମିଶନଙ୍କ ତଥ୍ୟକୁ ଆଧାର କହି ଅଭିଯୋଗ ଆଣିଥିବା ମେଣ୍ଟ କହିଛି । ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।ମହାରାଷ୍ଟ୍ର ପରି ଦିଲ୍ଲୀରେ କଂଗ୍ରେସ ସଂଖ୍ୟା ସଙ୍କୁଚିତ ହେବା ଭୟରେ ଏଭଳି ଭ୍ରମାତ୍ମକ ବୟାନବାଜୀ ରାହୁଲ କରୁଥିବା କହି ପାଲଟା ଜବାବ ଦେଇଛନ୍ତି । ସେପଟେ ଜବାବ ରଖିଛନ୍ତି ନିର୍ବାଚନ କମିଶନ । ଲିଖିତ ଆକାରରେ ସମସ୍ତ ଅଭିଯୋଗର ଜବାବ ଦିଆଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ଉତର ଦେଇଛନ୍ତି । ମହାରାଷ୍ଟ୍ର ନିର୍ବାଚନ ପରାଜୟକୁ ସହଜରେ ଗ୍ରହଣ କରିପାରୁନି ମହବିକାଶ ଅଘାଡି ।ହାରିବା ପରେ ରୀତିମତ କିଛି ନା କିଛି ପ୍ରସଙ୍ଗ ଉଠାଇ ନିର୍ବାଚନରେ ଅନିୟମତତା ହୋଇଥିବା ଅଭିଯୋଗ କରୁଛି । ସବୁଠୁ ବଡ କଥା ହେଉଛି ମେଣ୍ଟ ତଥ୍ୟ ସହ ଉପସ୍ଥାପନ କରିବା ପରେ ବି କାହିଁକି ଠୋସ ଜବାବ ରଖିପାରୁନାହାଁନ୍ତି ଇସି ।