କନକ ବ୍ୟୁରୋ: ଇ-ପାସପୋର୍ଟ କଣ ? ଆଉ ଏହାର ଲାଭ କଣ ଏବଂ ଏହାକୁ କିପରି ଆପ୍ଲାଏ କରିବେ ଆସନ୍ତୁ ଜାଣିବା । ଇ-ପାସପୋର୍ଟ ଦେଖିବାକୁ ସାଧାରଣ ପାସପୋର୍ଟ ଭଳି । କିନ୍ତୁ ଏହାର କଭରରେ ଏକ ସ୍ବତନ୍ତ୍ର ଚିପ୍ ଲାଗିଥାଏ । ଏହି ଚିପ୍ରେ ଆପଣଙ୍କ ନାମ, ଜନ୍ମ ତିଥି, ଫଟୋ, ଫିଙ୍ଗର ପ୍ରିଣ୍ଟ ପରି ଜରୁରୀ ବାୟୋମେଟ୍ରିକ୍ ଏବଂ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିଥାଏ । ଏହି ପାସପୋର୍ଟ RFID ଟେକ୍ନୋଲୋଜି ଦ୍ବାରା ଲ୍ୟାସ ହୋଇଥାଏ । ଯାହାଦ୍ବାରା ଏୟାରପୋର୍ଟରେ ଇମିଗ୍ରେସନ ପ୍ରକ୍ରିୟା ଶ୍ରୀଘ୍ର ଏବଂ ସହଜ ହୋଇଥାଏ । ଚିପ୍କୁ ସ୍କାନ କରିବା ଦ୍ବାରା ତୁରନ୍ତ ସୂଚନା ମିଳିଯାଇଥାଏ । ଏହା ଜାଲି ପାସ୍ପୋର୍ଟ ଠାରୁ ସୁରକ୍ଷା ଦେବାରେ ସହାୟତା କରିଥାଏ ।
ଏହି ପାସ୍ପୋର୍ଟକୁ ଫିଜିକାଲି ସାଥିରେ ରଖିବା ଜରୁରୀ । ଏହାକୁ ମୋବାଇଲ୍ରେ ସେଭ୍ କରାଯାଇପାରିବ ନାହିଁ । ବାହାର ଆଡୁ ଏହା ଡାର୍କ ଏବଂ ବ୍ଲୁ କଭରର ଯାହା ସାମାନ୍ୟ ପାସପୋର୍ଟ ଭଳି ଦିଶିଥାଏ । କିନ୍ତୁ ନିମ୍ନରେ ଗୋଲ୍ଡେନ୍ ଚିପ୍ର ସାଇନ୍ ଥାଏ । ଭାରତରେ ଏହାକୁ ୨୦୨୨ରୁ ଟ୍ରାଏଲ ଭାବେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ସୁବିଧା କିଛି ସହରରେ ଉପଲବ୍ଧ ।