କନକ ବ୍ୟୁରୋ : ରାଜ୍ୟ ଏବଂ ରାଜ୍ୟ ବାହାରେ କେତେ ହିତାଧିକାରୀଙ୍କର ଇ-କେୱାଇସି ସରିଲାଣି । କେତେ ହିତାଧିକାରୀ ଏବେ ଯାଏଁ ଇ-କେୱାଇସି ଅପଡେଟ୍ କରିନାହାନ୍ତି ସେନେଇ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି, ଆଉ ୪ ଦିନ ମଧ୍ୟରେ ସରିବ ଇ-କେୱାଇସି ଯାଞ୍ଚ । କିନ୍ତୁ ୪୦ ଲକ୍ଷରୁ ଅଧିକ ଲୋକ ଏବେ ସୁଦ୍ଧା ଇ-କେୱାଇସି ଅପଡେଟ କରିନାହାନ୍ତି । ଯଦି କେହି ଲୋକ ସମୟ ମଧ୍ୟରେ ଇ-କେୱାଇସି କରିପାରିନାହାନ୍ତି, ତେବେ ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ସେମାନଙ୍କ ପରବର୍ତୀ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । 

Advertisment

କେତେ ଲୋକ କରିସାରିଲେଣି ଅପଡେଟ୍? 
ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି । ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବୋଧ ହୁଏ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତି ଅଛନ୍ତି ଇକେୱାଇସି କରିବାକୁ ଆସୁନଥିବା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମୋଟ ୩ କୋଟି ୩୫ ଲକ୍ଷ ୫୭୦ରୁ ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ ଇ-କେୱାଇସି କରି ସାରିଛନ୍ତି । ରାଜ୍ୟରେ ୨ କୋଟି ୯୪ ଲକ୍ଷ ୫୯ ହଜାର ୮୮୬ ଇ-କେୱାଇସି ଏବଂ ରାଜ୍ୟ ବାହାରୁ ଲକ୍ଷେ ୩୦ ହଜାର ୨୬ ଜଣ ବାହାରେ ଇକେୱାଇସି କରିଛନ୍ତି । ଡିସେମ୍ବର ୩୧ରୁ ଇ-କେୱାଇସି ଯାଞ୍ଚ ସରିବ ପରେ ଯଦି ଅଭିଯୋଗ ଆସେ ସରକାର ବିଚାର କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର