କାଲି ସରିଯିବ ଇ-କେୱାଇସି ଯାଞ୍ଚ ; ଏଯାଏଁ ଅପଡେଟ କରି ନାହାନ୍ତି ୩୯ ଲକ୍ଷ ହିତାଧିକାରୀ

Advertisment

ଚିନ୍ତା ବଢ଼ାଇଲାଣି ଇ-କେୱାଇସି ଯାଞ୍ଚ । କାଲି ସରିବ ଡେଡ୍‌ଲାଇନ୍‌, ଏଯାଏଁ ଅପଡେଟ କରି ନାହାନ୍ତି ୩୯ ଲକ୍ଷ ହିତାଧିକାରୀ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବାକି । ଗତକାଲି ଗୋଟିଏ ଦିନରେ ହୋଇଛି ୩୪ ହଜାରରୁ ଅଧିକ କେ-ୱାଇସି ଅପଡେଟ୍‌ ।

ଚିନ୍ତା ବଢ଼ାଇଲାଣି ଇ-କେୱାଇସି ଯାଞ୍ଚ । କାଲି ସରିବ ଡେଡ୍‌ଲାଇନ୍‌, ଏଯାଏଁ ଅପଡେଟ କରି ନାହାନ୍ତି ୩୯ ଲକ୍ଷ ହିତାଧିକାରୀ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବାକି । ଗତକାଲି ଗୋଟିଏ ଦିନରେ ହୋଇଛି ୩୪ ହଜାରରୁ ଅଧିକ କେ-ୱାଇସି ଅପଡେଟ୍‌ ।

EKYC

EKYC Photograph: (kanakNews)

କନକ ବ୍ୟୁରୋ: ସମୟ ସରୁଛି, ଚିନ୍ତା ବଢୁଛି। ଆସନ୍ତାକାଲି ସରୁଛି ଇ-କେୱାଇସି ଅପଡେଟ୍‌ କରିବାର ସମୟ ଅବଧି। କାଲି ସୁଦ୍ଧା ଇ-କେୱାଇସି ଅପଡେଟ୍‌ ନକଲେ ରାସନକାର୍ଡରୁ ବାଦ ପଡ଼ିବେ ଯୋଗ୍ୟ ହିତାଧିକାରୀ। ଆଉ ମିଳିବନି ରାସନ ସାମଗ୍ରୀ। ରାଜ୍ୟରେ ରହିଛନ୍ତି ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ ଜଣ ହିତାଧିକାରୀ। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଆସନ୍ତାକାଲି ଇ-କେୱାଇସି ଯାଞ୍ଚ ଅବଧି ଶେଷ ହେଉଛି। ଗତକାଲି ଗୋଟିଏ ଦିନରେ ୩୪ ହଜାର ୬୯୯ ଜଣଙ୍କ ହୋଇଛି ଇ-କେୱାଇସି ଅପ୍‌ଡେଟ୍ ହୋଇଛି। 

ଗୋଟିଏ ଦିନରେ ୩୪ ହଜାର ଅପ୍‌ଡେଟ୍‌ ହେଲେ ହାତରେ ଆଉ ୪୮ ଘଣ୍ଟା ବାକି। ୩୮ ହଜାର ଇ-କେୱାଇସି କିପରି ଅପ୍‌ଡେଟ୍ ହେବ ତାକୁ ନେଇ ଚିନ୍ତା ବଢିଛି। ମନ୍ତ୍ରୀ କହିଛନ୍ତି, ଯଦି କେହି ଲୋକ କଣ୍ଟ ମଧ୍ୟରେ ଇ-କେୱାଇସି କରିପାରିନାହାନ୍ତି, ସେମାନେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ସେମାନଙ୍କ ଇ-କେୱାଇସି ଯାଞ୍ଚ ପାଇଁ ସରକାର ପରବର୍ତ୍ତୀ ସମୟରେ ବିଚାର କରିବେ। 

୩୯ ଲକ୍ଷ କରିନାହାନ୍ତି ଇ-କେୱାଇସି ଅପ୍‌ଡେଟ୍‌ ; 
- ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍
- ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି
- ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍
- ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିନାହାନ୍ତି
- ଗତକାଲି ଗୋଟିଏ ଦିନରେ ୩୪ ହଜାର ୬୯୯ ଜଣଙ୍କ ହୋଇଛି ଇ-କେୱାଇସି ଅପ୍‌ଡେଟ୍ 
- ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ ଲକ୍ଷ ୯୩ ହଜାର ୧୬୩ ଜଣ ଏଯାଏଁ କରିନାହାନ୍ତି ଅପ୍‌ଡେଟ୍ 
- ମୟୂରଭଞ୍ଜରେ ୨ ଲକ୍ଷ ୪୧ ହଜାର, କଳାହାଣ୍ଡିରେ ୨ ଲକ୍ଷ ୭ ହଜାର ଅପ୍‌ଡେଟ୍ କରିନାହାନ୍ତି
- ଦେବଗଡ଼ରେ ସବୁଠୁ କମ୍‌ ୧୯ ହଜାର ୩୯୨ ଜଣ ନିଜର କେୱାଇସି ଅପ୍‌ଡେଟ୍ କରିନାହାନ୍ତି
- ଝାରସୁଗୁଡ଼ାରେ ୪୨ ହଜାର, ସୋନପୁରରେ ୫୪ ହଜାର, ନୟାଗଡ଼ରେ ୬୪ ହଜାର ଅପ୍‌ଡେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe