କନକ ବ୍ୟୁରୋ : ବଢିଲା ଇ-କେୱାଇସି ଅପଡେଟ୍ ଅବଧି । ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେୱାଇସି ଅପଡେଟ୍ ଅବଧି । ଘୋଷଣା କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କଲେ ରାଜ୍ୟ ସରକାର । ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର ।
ତେବେ ପୂର୍ବ ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହିନ୍ତି । ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ ।
ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, କିଛି ସ୍ଥାନରେ ନେଟୱର୍କ ସମସ୍ୟା ପାଇଁ ଲୋକେ ଇ-କେୱାଇସି କରିପାରିନାହାନ୍ତି । ୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ ଇ-କେୱାଇସି ଅପଡେଟ୍ କରିପାରିନାହାନ୍ତି । ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।