ଅଚଳ ହୋଇପଡ଼ିଛି ଇ-ଡେସପାଚ୍ !  ଅପଲୋଡ୍‌ ହେଉନି ଗୁରୁତ୍ବପୂର୍ଣ୍ଣ ଚିଠି

ଅପଲୋଡ ହୋଇପାରୁନି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ଚିଠି

E-Despatch is down

E-Despatch is down Photograph: (kanaknews)

କନକ ବ୍ୟୁରୋ: ପୂର୍ବ ସରକାରରେ ଯାହା ଥିଲା ଏବେ ବି ସେହି ଅବସ୍ଥା । ରାଜ୍ୟରେ ଠିକ ଭାବେ କାମ କରୁନି ଇ-ଡେସପାଚ୍ ବ୍ୟବସ୍ଥା । ଫଳରେ ସରକାରୀ ନିର୍ଦ୍ଦେଶନାମା ଓ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଲୋକଙ୍କୁ  ମିଳିପାରୁନାହିଁ ଠିକ୍ ତଥ୍ୟ । 
 
ସରକାରୀ ନିର୍ଦ୍ଦେଶନାମା, ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା କୁ ଆରମ୍ଭ ହୋଇଥିଲା ପୋର୍ଟାଲ ଇ - ଡେସପାଚ୍ । ଆରମ୍ଭ ହେବାର କିଛି ଦିନ ଏହି ପୋର୍ଟାଲ୍ ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ଚିଠି ଅପଲୋଡ଼ ମଧ୍ୟ ହୋଇଥିଲା। କିନ୍ତୁ ସମୟାନୁକ୍ରମେ ଏହା ଫେଲ ହୋଇଯାଇଛି । ଗୁରୁତ୍ବପୂର୍ଣ୍ଣ ବିଭାଗ ଯେପରି କୃଷି ଏବଂ କୃଷକ ସଶକ୍ତୀକରଣ, ସମବାୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସ୍କୁଲ ଏବଂ ଗଣଶିକ୍ଷା ଭଳି ଅନେକ ବିଭାଗରେ ଦୀର୍ଘ ଦିନ ଧରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ କିମ୍ବା ଚିଠି ଦେଖିବାକୁ ମିଳୁନାହିଁ । ପେନସନ ଏବଂ ଚାକିରି ବଦଳି ଛାଡ଼ିଲେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସରକାରୀ ଚିଠି ଅପଲୋଡ କରାଯାଉନି । 

ଗୋଟିଏ ପଞ୍ଚାୟତରେ ୨ ସାଂସଦଙ୍କ ଟଙ୍କା; ଲାଇଟ୍‌ କିଣାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ!

 ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରଖିବାକୁ ଆରମ୍ଭ କରାଯାଇଥିଲା ଇ - ଡେସପାଚ୍ । ଅନଲାଇନ୍ ମାଧ୍ୟମରେ ଲୋକ ମାନେ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ଏବଂ ଅଗ୍ରଗତି ସମ୍ପର୍କରେ ଜାଣିବା ଏହାର ମୂଳ ଲକ୍ଷ୍ୟ ଥିଲା । ତେବେ ଆଜି ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ପୂରଣ ହୋଇପାରିନି। ପୂର୍ବ ସରକାର ସମୟରେ ଏହାକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଉଥିବା ବେଳେ ନୂଆ ସରକାରରେ ବି ସେତେଟା ଅଗ୍ରଗତି ଦେଖିବାକୁ ମିଳୁନଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ଲୋକଙ୍କ ସରକାରରେ ଲୋକଙ୍କ ପାଖକୁ ତଥ୍ୟ ପହଞ୍ଚାଯାଇ ପାରିଲେ ସରକାର ଆହୁରି ସ୍ବଚ୍ଛ ଏବଂ ଲୋକାଭିମୁଖୀ ହୋଇପାରନ୍ତା ।  
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe