କନକ ବ୍ୟୁରୋ: ହଇଜା ମାଡ଼ିବା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ଏହି ବ୍ୟାକ୍ଟେରିଆ ପାଣି ଦ୍ବାରା ବ୍ୟାପିଥାଏ । ଏଥିରେ ପେଟ ଜନିତ ସମସ୍ୟା ଦେଖାଦିଏ । ଅତ୍ୟଧିକ ଝାଡ଼ାବାନ୍ତି ସମେତ କିଡନି ଫେଲ୍ ହେବାର ବି ଆଶଙ୍କା ଥାଏ ।
ଯାଜପୁରରେ ହଇଜା ଉଦବେଗଜନକ ସ୍ଥିତିରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡ଼ାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀକୁ ଡାଇରିଆ ମାଡ଼ିଗଲାଣି । ତେବେ ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ,ବଡ଼ଚଣା, ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ମାଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ ।
ଯାଜପୁର ଭଳି କଟକର ବିଭିନ୍ନ ଅଞ୍ଚଳରେ ମାଡ଼ିଚାଲିଛି ଡାଇରିଆ । ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର- ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ସଫା ପଞ୍ଚାୟତ ସୁଆଁରି ଗାଁର ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଅଚାନକ ଝାଡ଼ାବାନ୍ତି ବ୍ୟାପୁଥିବାବେଳେ ଗାଁରେ ପହଞ୍ଚିଛନ୍ତି ଡାକ୍ତରୀ ଟିମ୍ ।
ଭୂ-ତଳ ପାଣିରୁ ବ୍ୟାପିଥାଏ ଇ କୋଲାଇ ବ୍ୟାକ୍ଟେରିଆ । ଏହି ବ୍ୟାକ୍ଟେରିଆରୁ ହୁଏ ପେଟ ଜନିତ ସମସ୍ୟା । ଜ୍ବର ସମେତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଆଶଙ୍କା । ସାମାନ୍ୟରୁ ଅତ୍ୟଧିକ ଝାଡ଼ାବାନ୍ତି ମଧ୍ୟ ହୁଏ । ଅତି ଶୋଚନୀୟ ହେଲେ କିଡନି ଖରାପ ହେବାର ଆଶଙ୍କା ବି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/17/CmqehREu9jZpoCHPb56Y.jpg)