କେନ୍ଦୁଝରର ଯୋଡ଼ାରେ ଖାଲି ଧୂଳି ଆଉ ଧୂଆଁ: ଖଣି ଅଞ୍ଚଳରେ ବଢୁଛି ପ୍ରଦୂଷଣ ମାତ୍ରା

Advertisment

ଖଣି ଖନନ, ହଜାର ହଜାର ଗାଡି ଚଳାଚଳ, ପ୍ଲାଣ୍ଟର ଧୂଆଁ ଏବଂ ବର୍ଜ୍ୟବସ୍ତୁ। ଜନଜୀବନକୁ କଲବଲ କରୁଛି । ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ ମାତ୍ରା। ପରିବେଶ ପ୍ରଦୂଷଣ କାରଣରୁ ରୋଗାକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ଖଣି ଖନନ, ହଜାର ହଜାର ଗାଡି ଚଳାଚଳ, ପ୍ଲାଣ୍ଟର ଧୂଆଁ ଏବଂ ବର୍ଜ୍ୟବସ୍ତୁ। ଜନଜୀବନକୁ କଲବଲ କରୁଛି । ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ ମାତ୍ରା। ପରିବେଶ ପ୍ରଦୂଷଣ କାରଣରୁ ରୋଗାକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

vlcsnap-2024-12-15-18h29m41s913

କନକ ବ୍ୟୁରୋ: ଖଣି ଖନନ, ହଜାର ହଜାର ଗାଡି ଚଳାଚଳ, ପ୍ଲାଣ୍ଟର ଧୂଆଁ ଏବଂ ବର୍ଜ୍ୟବସ୍ତୁ। ଜନଜୀବନକୁ କଲବଲ କରୁଛି। ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ ମାତ୍ରା। ପରିବେଶ ପ୍ରଦୂଷଣ କାରଣରୁ ରୋଗାକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। କେନ୍ଦୁଝର ଯୋଡ଼ା ଅଞ୍ଚଳରେ ଏତେ ପରିମାଣର ପ୍ରଦୂଷଣ ହେଉଛି ରାସ୍ତାଘାଟରେ ଚାଲିକି ଯିବା ସମ୍ଭବ ହେଉନାହିଁ। ଯେଉଁ ଅଞ୍ଚଳର ରାଜସ୍ବରେ ରାଜକୋଷ ଭରପୁର, ସେହି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟପ୍ରତି କାହାରି ନିଘା ନାହିଁ।

ପ୍ରଦୂଷଣ ମାପିବା ପାଇଁ ୪ଟି ସ୍ଥାନରେ ମେସିନ ଲଗାଯାଇଛି। ଏତିକିରେ ଶୋଇ ପଡ଼ିଛି ପ୍ରଦୂଷଣ ବିଭାଗ। ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯାଉନାହିଁ କି ପ୍ରଦୂଷଣକୁ ରୋକିବାକୁ କୌଣସି ଚେଷ୍ଟା କରାଯାଉନଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ କେନ୍ଦୁଝର କାର୍ୟ୍ୟାଳୟରେ ରହି ନିଜ ଦାଇତ୍ୱ ତୁଲାଇବାର ଦୃଢୋକ୍ତି କରୁଥିବା ବେଳେ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ  ଓଲଟା ।

ପ୍ରଦୂଷଣ ନେଇ କୌଣସି କମ୍ପାନୀକୁ କେବେ ତାଗିଦା କରାଯାଉ ନାହିଁ! ଗାଡ଼ି ଗୁଡ଼ିକ ସଠିକ ଭାବେ ଯାଞ୍ଚ କରାଯାଉନାହିଁ! କେବେ ପ୍ରଦୂଷଣ ବିଭାଗର ନିଦ ଭାଙ୍ଗିବ? ଲୋକମାନେ ଟିକିଏ ଶାନ୍ତିରେ ନିଶ୍ୱାସ ପ୍ରଶ୍ୱାସ ମାରିବେ ତାକୁ ହିଁ ଅପେକ୍ଷା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe