କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଜରା ସିଂହାଠାରେ ଅନୁଷ୍ଠିତ ହେଉଛି ଐତିହାସିକ ପାଟ ଖଣ୍ଡା ଯାତ୍ରା । ଏହି ଯାତ୍ରା ପାଇଁ ଘରେ ଘରେ କୁଣିଆ ଆସି ପହଞ୍ଚିଥିବାବେଳେ ଉତ୍ସବମୁଖର ହୋଇପଡ଼ିଛି ପୂରା ଗାଁ । ଦେଓଗାଁ ବ୍ଲକ ଜରାସିଂହାଠାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟ ସିନ୍ଦୁର ରବିବାର ରାତିରେ ମନ୍ଦିରରେ ପହଞ୍ଚିଛି । ପାଟଣାଗଡ଼ ପାଟଣେଶ୍ୱରୀଙ୍କଠାରୁ ଆସିଲା ପାଟ ସିନ୍ଦୂର । ବିଳମ୍ୱିତ ରାତିରେ ବରଣ କଲେ ଗାଁ ଲୋକେ । ପାଟ ସିନ୍ଦୂର ଆସିବା ପୂର୍ବରୁ ପାଟଖଣ୍ଡା ମନ୍ଦିରରେ ମୂଳାଷ୍ଟମୀ ଦିନରୁ ଶୋଳ ପୂଜା ପାଉ ଥିବା ପାଟଖଣ୍ଡାଙ୍କ ପ୍ରତୀକ ଖଣ୍ଡାକୁ ୩୨ ଦେହୁରୀ ଏକ ପଟୁଆରରେ ମନ୍ଦିରରୁ ସୋନଗଡ଼ ନଦୀକୁ ଯାଇ ନବମୀ ତିଥିରେ ଧୋଇବା ପରମ୍ପରା ରହିଛି । ଆଜିଠାରୁ ପାଟ ଖଣ୍ଡା ଯାତ୍ରା ଆରମ୍ଭ ହେବ ।
ପାଟଣେଶ୍ୱରୀଙ୍କଠାରୁ ଆସିଲା ପାଟ ସିନ୍ଦୂର ; ୫ ଦିନ ଧରି ଚାଲିବ ପାଟ ଖଣ୍ତା ଯାତ୍ରା
ପାଟଣାଗଡ଼ ପାଟଣେଶ୍ୱରୀଙ୍କଠାରୁ ଆସିଲା ପାଟ ସିନ୍ଦୂର । ବିଳମ୍ବିତ ରାତିରେ ବରଣ କଲେ ଗାଁ ଲୋକେ । ସରିଲା ଖଣ୍ଡା ଧୁଆ । ୫ ଦିନ ଧରି ଚାଲିବ ପାଟ ଖଣ୍ତା ଯାତ୍ରା । ସେପଟେ ପୁରୀ କୃଷ୍ଣପ୍ରସାଦରେ ଅନୁଷ୍ଠିତ ହେଲା ଅସ୍ତ୍ରଶସ୍ତ୍ର ପୂଜା ।
/kanak/media/media_files/2025/10/02/20-2025-10-02-11-40-53.jpg)