ଗାଁରେ ବି ଦଶହରାର ଧୁମ । ତୋରଣ ଦେଖିବାକୁ ଜମୁଛି ଲୋକ ଗହଳି ।

Advertisment

ସହରରୁ ନେଇ ଗାଁରେ ବି ଦଶହରାର ଧୁମ । ଓଡ଼ାପଡ଼ା ବ୍ଲକ ୯ଟି ପଞ୍ଚାୟତର ୪୨ ମଣ୍ଡପରେ ମା’ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି । ବଡ ବଡ ଆଲୋକ ତୋରଣ ଦେଖିବାକୁ ଜମୁଛି ଲୋକ ଗହଳି ।

Updated On

ସହରରୁ ନେଇ ଗାଁରେ ବି ଦଶହରାର ଧୁମ । ଓଡ଼ାପଡ଼ା ବ୍ଲକ ୯ଟି ପଞ୍ଚାୟତର ୪୨ ମଣ୍ଡପରେ ମା’ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି । ବଡ ବଡ ଆଲୋକ ତୋରଣ ଦେଖିବାକୁ ଜମୁଛି ଲୋକ ଗହଳି ।

ଅଦ୍ୟତନ ହୋଇଛି
14୍ି୍ି୍

କନକ ବ୍ୟୁରୋ: ସବୁଠି ମାଆ ଦୁର୍ଗାଙ୍କ ପୂଜା ନେଇ ଉତ୍ସବ ମୁଖର ପରିବେଶ । ଗାଁରୁ ନେଇ ସହର ସବୁଠି ଯାକଜମକରେ ପାଳିତ ହେଉଛି ଦଶହରା । ବିଶେଷ କରି ଗାଁଗୁଡିକରେ ମଧ୍ୟ ବେଶ ଧୁମଧାମରେ ଦଶହରା ପାଳିତ ହୋଇଛି । ଓଡ଼ାପଡ଼ା ବ୍ଲକର ୯ଟି ପଞ୍ଚାୟତର ପଞ୍ଚୁବଟି, ମୁଲିଶିଂ, ଅଙ୍କରାନ୍ତିପୁରରୁ ନେଇ ଗଦାଶିଳା, ଚାଇଁପୁର ଗ୍ରାମରେ ୪୨ଟି ମଣ୍ଡପରେ ମା’ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି । ୩ କିଲୋମିଟର ଯାଏଁ ବଡ ବଡ ଆଲୋକ ତୋରଣ ସହିତ ରଙ୍ଗ ବେରଙ୍ଗ ଡିଜିଟାଲ ଲାଇଟରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି ।
 

ଷଷ୍ଠୀରୁ ଦଶମୀ ଯାଏଁ ଏହି ଅଞ୍ଚଳର ଦୁର୍ଗା ପୁଜା ଦେଖିବାକୁ ଓଡ଼ାପଡ଼ା, ହିନ୍ଦୋଳ, ଢେ଼ଙ୍କାନାଳ ଓ ଅନୁଗୋଳ ଜିଲ୍ଲାରୁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ବିଗତ ୫୦ ବର୍ଷ ଶାନ୍ତି ଶୃଙ୍ଖଳର ସହ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ଗାଁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ବେଶ ଧୁମଧାମରେ ମାଆଙ୍କ ପୂଜାଚ୍ଚର୍ନା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe