କନକ ବ୍ୟୁରୋ: ସବୁଠି ମାଆ ଦୁର୍ଗାଙ୍କ ପୂଜା ନେଇ ଉତ୍ସବ ମୁଖର ପରିବେଶ । ଗାଁରୁ ନେଇ ସହର ସବୁଠି ଯାକଜମକରେ ପାଳିତ ହେଉଛି ଦଶହରା । ବିଶେଷ କରି ଗାଁଗୁଡିକରେ ମଧ୍ୟ ବେଶ ଧୁମଧାମରେ ଦଶହରା ପାଳିତ ହୋଇଛି । ଓଡ଼ାପଡ଼ା ବ୍ଲକର ୯ଟି ପଞ୍ଚାୟତର ପଞ୍ଚୁବଟି, ମୁଲିଶିଂ, ଅଙ୍କରାନ୍ତିପୁରରୁ ନେଇ ଗଦାଶିଳା, ଚାଇଁପୁର ଗ୍ରାମରେ ୪୨ଟି ମଣ୍ଡପରେ ମା’ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି । ୩ କିଲୋମିଟର ଯାଏଁ ବଡ ବଡ ଆଲୋକ ତୋରଣ ସହିତ ରଙ୍ଗ ବେରଙ୍ଗ ଡିଜିଟାଲ ଲାଇଟରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି ।
ଷଷ୍ଠୀରୁ ଦଶମୀ ଯାଏଁ ଏହି ଅଞ୍ଚଳର ଦୁର୍ଗା ପୁଜା ଦେଖିବାକୁ ଓଡ଼ାପଡ଼ା, ହିନ୍ଦୋଳ, ଢେ଼ଙ୍କାନାଳ ଓ ଅନୁଗୋଳ ଜିଲ୍ଲାରୁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ବିଗତ ୫୦ ବର୍ଷ ଶାନ୍ତି ଶୃଙ୍ଖଳର ସହ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ଗାଁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ବେଶ ଧୁମଧାମରେ ମାଆଙ୍କ ପୂଜାଚ୍ଚର୍ନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/6TBfa3Pgzc1ktXOfzK32.jpg)