କନକ ବ୍ୟୁରୋ :  ବର୍ଷାରେ ଭିଜିପାରେ ଦଶହରା। ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ ।